Latest Odisha News

BREAKING NEWS

ଓଡ଼ିଆ ଆଇଇଏସ ଅଧିକାରୀ ନନ୍ଦିତା ମିଶ୍ର କର୍ପୋରେଟ ବିଭାଗର ଅର୍ଥନୈତିକ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ

ଭୁବନେଶ୍ୱର: ଓଡ଼ିଆ ଆଇଇଏସ ଅଧିକାରୀ ନନ୍ଦିତା ମିଶ୍ରଙ୍କୁ କେନ୍ଦ୍ର ସରକାରଙ୍କ କର୍ପୋରେଟ ବିଭାଗରେ ଅର୍ଥ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି ।

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଅର୍ଥନୈତିକ ପରାମର୍ଶଦାତା ଭାବେ ଏହି ପୂର୍ବତନ ଆଇଇଏସ ଅଧିକାରୀ ଦାୟିତ୍ୱ ବହନ କରି କାର୍ଯ୍ୟରତ ଥିଲେ । ସେ ୧୯୯୩ ମସିହା ବ୍ୟାଚର ଜଣେ ଆଇଇଏସ ଅଧିକାରୀ ।

ନନ୍ଦିତା ଭୁବନେଶ୍ୱରର ସ୍ଥାୟୀ ବାସିନ୍ଦା ହୋଇଥିବା ବେଳେ ସେ ସ୍ଥାନୀୟ ଡ଼ିଏମ ସ୍କୁଲର ପୁରାତନ ଛାତ୍ରୀ । କେନ୍ଦ୍ର ସରକାରଙ୍କ ଅଧିନରେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ମିଳିଥିବା ଖବରରେ ତାଙ୍କର ଅନେକ ଶୁଭେଚ୍ଛୁ ତଥା ବୁଦ୍ଧୀଜୀବୀ ତାଙ୍କୁ ଅଜସ୍ର ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.