Latest Odisha News

BREAKING NEWS

ସବୁ ଇଣ୍ଡଷ୍ଟ୍ରିରେ ହେମା କମିଟି ରହିବା ଜରୁରୀ: ଅନନ୍ୟା ପାଣ୍ଡେ

ମୁମ୍ବାଇ: ସବୁ ଇଣ୍ଡଷ୍ଟ୍ରିରେ ହେମା କମିଟି ରହିବା ଜରୁରୀ। ଇଣ୍ଡିଆ ଟୁଡେ ମାଇଣ୍ଡ ରକ୍ସ ୨୦୨୪ ଯୁବ ସମ୍ମିଳନୀରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ସାମିଲ ହେବା ସହ ନିଜ ମତ ରଖିଥିଲେ।

ପ୍ରାଇମ୍ ଭିଡିଓ ସିରିଜ୍ କଲ୍ ମେ ବାଇରେ ଜବରଦସ୍ତ ଅଭିନୟ ପାଇଁ ପ୍ରଶଂସା ସାଉଁଟୁଥିବା ଏହି ଅଭିନେତ୍ରୀ କହିଛନ୍ତି ଯେ ମହିଳାମାନଙ୍କ ପାଇଁ ହେମା କମିଟି ପରି ଅନୁଷ୍ଠାନ ରହିବା ଆବଶ୍ୟକ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ ଶିଳ୍ପରେ ହେମା କମିଟି ପରି ଏକ କମିଟି ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଏହି କମିଟି ଆସିବା ପରେ ନିଶ୍ଚିତ ଭାବରେ କିଛି ପରିବର୍ତ୍ତନ ହୋଇଛି। ଲୋକମାନେ ଅନ୍ତତଃ ପକ୍ଷେ ସେମାନଙ୍କ ସମସ୍ୟା ବିଷୟରେ କଥାବାର୍ତ୍ତା କରୁଛନ୍ତି। ତଥାପି ଆଗକୁ ଆହୁରି ବହୁତ ବଡ଼ ଲଢେଇ ବାକି ଅଛି।

Comments are closed.