Latest Odisha News

BREAKING NEWS

ମୋସାଡର ମୁଖ୍ୟାଳୟ ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ କଲା ହିଜବୁଲ୍ଲାହ

ତେଲ ଅଭିଭ: ଲେବାନନ୍ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଗମ୍ଭୀର ହେବାରେ ଲାଗିଛି। ଇସ୍ରାଏଲର କ୍ରମାଗତ ଆକ୍ରମଣରେ ଲେବାନନରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସ୍ଥିତି ଏଭଳି ଯେ କେହି ପଛକୁ ହଟିବାକୁ ପ୍ରସ୍ତୁତ ନୁହଁନ୍ତି। ଏହି ସମୟରେ ହିଜବୁଲ୍ଲାହ ପକ୍ଷରୁ ବୁଧବାର କୁହାଯାଇଛି ଯେ ତେଲ ଅଭିଭ ନିକଟ ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଡର ମୁଖ୍ୟାଳୟକୁ ଟାର୍ଗେଟ କରି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି।

ଅପରପକ୍ଷରେ ଇସ୍ରାଏଲ୍ ସେନା କହିଛି ଯେ ଆଇରନ୍ ଡୋମ୍ କାମ କରିବା ପୂର୍ବରୁ ହିଜବୁଲ୍ଲାହ ଦ୍ବାରା ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ର ପ୍ରଥମ ଥର ପାଇଁ ରାଜଧାନୀ ତେଲ ଅଭିଭରେ ପହଞ୍ଚିଛି।

Leave A Reply

Your email address will not be published.