Latest Odisha News

BREAKING NEWS

ସମ୍ଭାବ୍ୟ ବାତ୍ୟା ନେଇ ହାଇଆଲର୍ଟରେ ଉପକୂଳ ଜିଲ୍ଲା, ଅଚଳ ଟିୱେଲ୍ ମରାମତି ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ବିଭିନ୍ନ ବିଭାଗ ସହ କଥା ହୋଇଛନ୍ତି । ପାଣିପାଗ ବିଭାଗର ଆକଳନ ଅନୁସାରେ ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଏକ ସାଇକ୍ଲୋନ୍ ସୃଷ୍ଟି ହୋଇପାରେ । ୩ରୁ ୪ ଦିନ ମଧ୍ୟରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଆସିବାର ଆଶଙ୍କା ରହିଛି । ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗ ସହ ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି ।

ସବୁ ବିଭାଗମାନଙ୍କୁ ଆଲର୍ଟ କରାଯାଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ବିଦ୍ୟୁତ୍ ବିଭାଗ, ଜଳ ଯୋଗାଣ, ସ୍ୱାସ୍ଥ୍ୟ ବିଭାଗ, ଓଡ୍ରାଫ୍ ଟିମ୍, ଏନଡିଆରଏଫ୍ ଟିମ୍ ସମସ୍ତଙ୍କୁ ସତର୍କ କରାଯାଇଛି । ବାତ୍ୟାର ମୁକାବିଲା ପାଇଁ ଆମେ ଆବଶ୍ୟକୀୟ ମାନବସମ୍ବଳ ସହ ଯନ୍ତ୍ରପାତି ଯୋଗାଇ ଦିଆଯିବ । ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ଯେତେ ଉପକୂଳ ଜିଲ୍ଲା ରହିଛି ସମସ୍ତଙ୍କୁ ହାଇଆଲର୍ଟରେ ରଖାଯାଇଛି ।

ଏସବୁ ଜିଲ୍ଲାରେ ସମସ୍ତ ଟିୱେଲକୁ ମରାମତି କରାଯିବ । ପାଇପ୍ ୱାଟର ସପ୍ଲାଏ ପାଇଁ ଜେନେରେଟର ରଖିବେ । ସହର ଓ ଗ୍ରାମାଞ୍ଚଳରେ ମଧ୍ୟ ବ୍ୟବସ୍ଥା କରାଯିବ । ଟ୍ୟାଙ୍କର ମଧ୍ୟ ପ୍ରସ୍ତୁତ ରଖାଯିବ । ଆସନ୍ତା ଦିନେ ଦୁଇଦିନ ଭିତରେ ବାତ୍ୟା ନେଇ ସ୍ପଷ୍ଟ ସୂଚନା ନେଇ ମିଳିବା ପରେ ପଦକ୍ଷେପ ନିଆଯିବ । ଏନେଇ ସମସ୍ତ ଜିଲ୍ଲାରେ ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

Leave A Reply

Your email address will not be published.