Latest Odisha News

BREAKING NEWS

ପୁରୀରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ ପରିସରରେ କୋଭିଡ୍ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଉଦଘାଟନ କରିଛନ୍ତି । ଏହି ହସ୍ପିଟାଲରେ ୧୫୦ ଶଯ୍ୟା ରହିଛି । ଏହି ହସ୍ପିଟାଲକୁ ଭୁବନେଶ୍ୱରର ସମ୍ ହସ୍ପିଟାଲ୍ ପରିଚାଳନା କରିବ । ହସ୍ପିଟାଲରେ ୯୦ଟି ସାଧାରଣ ଅକ୍ସିଜେନ ବେଡ୍, ୪୦ଟି ଏଚଡିୟୁ ବେଡ୍, ୨୦ଟି ଆଇସିୟୁ ବେଡ୍ ରହିଛି । ଏଥିରେ ଉଚ୍ଚମାନର ଲାବୋରେଟୋରୀ ସହ ଡାଏଗ୍ନୋଷଷ୍ଟିକ ସୁବିଧା ମିଳିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ହସ୍ପିଟାଲ ଗୁରୁତର କୋଭିଡ୍ ରୋଗୀଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇବାରେ ସହାୟକ ହେବ । ଏହା ପୂର୍ବରୁ ଜିଲ୍ଲାବାସୀଙ୍କୁ ଭୁବନେଶ୍ୱର ଓ କଟକର ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ଏବେ ଜିଲ୍ଲାରେ ଚିକିତ୍ସା ମିଳିବ । ହସ୍ପିଟାଲର ସମସ୍ତ ପରିଚାଳନା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ହସ୍ପିଟାଲର ସମସ୍ତ ଶଯ୍ୟା ଅକ୍ସିଜେନ୍ ପାଇପଲାଇନ୍ ସହ ସଂଯୁକ୍ତ ରହିଛି । ଆବଶ୍ୟକସ୍ଥଳରେ ବେଡ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟ ସରକାରଙ୍କ ସହ ମିଶି କୋଭିଡ୍ କେୟାର ବ୍ୟବସ୍ଥାକୁ ଚଳାଇବା ଲାଗି ସମ୍ ହସ୍ପିଟାଲ୍ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । କହିଛନ୍ତି, ଏବେର ସମୟ ଆମ ପାଇଁ ଦେଶ ପାଇଁ ଚ୍ୟାଲେଞ୍ଜିଂ । ମହାମାରୀ ବିଶାଳ ମାନବସଂକଟ ସୃଷ୍ଟି କରିଛି । ଏହା ଆମ ଜୀବନକୁ, ସ୍ୱାସ୍ଥ୍ୟ ସହ କଲ୍ୟାଣ ପ୍ରତି ବିପଦ ସୃଷ୍ଟି କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

କୋଭିଜର ପ୍ରଥମ ପ୍ରବାହ ବେଳେ ଅର୍ଥନୀତିକୁ ଭ୍ରୁକ୍ଷେପ ନକରି ଆମେ କୋଭିଡ୍ ପରିଚାଳନାରେ ସଫଳତା ପାଇଥିଲୁ । ଏବର୍ଷ କୋଭିଡର ଦ୍ୱିତୀୟ ପ୍ରବାହରେ ମହାମାରୀକୁ ଆୟତ୍ତ କରିବାରେ ଆମେ ସକ୍ଷମ ହୋଇଛୁ । ରାଜ୍ୟରେ ସୁସ୍ଥତା ହାର ବଢ଼ୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଆମେ ପାଖେ କୋଭିଡର ମୁକାବିଲା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି । ଆହୁରି ଭିତ୍ତିଭୂମିକୁ ବିକଶିତ କରାଯାଉଛି । ସରକାର ଯଥାସମ୍ଭବ ଚିକିତ୍ସା ସେବା ଯୋଗାଇ ପ୍ରତିଟି ଜୀବନ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି ।

ସମସ୍ତ ଜନସାଧାରଣ କୋଭିଡ୍ ନିୟମ ମାନି ମହାମାରୀକୁ ହରାଇବା ଲାଗି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.