Latest Odisha News

ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ତେଜିବା ପରେ ସ୍ପଷ୍ଟିକରଣ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ଗଠନ ହେବା ପ୍ରସଙ୍ଗ ତେଜିବା ପରେ ଆଜି ଗୃହରେ ସ୍ପଷ୍ଟିକରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ହାଇକୋର୍ଟ ବେଞ୍ଚ ଗଠନ ହେବା ପ୍ରସଙ୍ଗ ବିଚାରଧୀନ ଅଛି ବୋଲି ସେ କହିଛନ୍ତି ।

ତେବେ ଗତକାଲି ଗୃହରେ ବିଜେଡି ବିଧାୟକ କଳିକେଶ ସିଂହଦେଓ ପ୍ରଶ୍ନ କରିଥିଲେ କି ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର ପ୍ରସ୍ତାବ ଅଛି କି? ବୋଲି ଯାହାର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ ସୁପ୍ରିମକୋର୍ଟ ଦ୍ବାରା ଏ ସଂକ୍ରାନ୍ତରେ ଆସିଥିବା ରାୟ ଅନୁଯାୟୀ ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର କୌଣସି ଯଥାର୍ଥତା ନାହିଁ । ଯାହାକୁ ନେଇ ପଶ୍ଚିମ ଓଡିଶା ସମେତ ପୂରା ରାଜ୍ୟରେ ତମ୍ବିତୋଫାନ ସୃଷ୍ଟି ହୋଇଥିଲା । ଏମିତିକି ଦଳ ଭିତରୁ ମଧ୍ୟ ଏନେଇ ଭିନ୍ନ ମତ ପ୍ରକାଶ ପାଇଥିଲା ।

ତେବେ ଏହି ପ୍ରସଙ୍ଗ ତେଜିବା ପରେ ଆଜି ପୁଣି ଗୃୟରେ ଏନେଇ ସ୍ପଷ୍ଟିକରଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସରକାରଙ୍କ ଅଧିନରେ ବିଚାରାଧୀନ ଅଛି । ଲୋକଙ୍କୁ ତ୍ବରିତ ନ୍ୟାୟ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ତେଣୁ ଏନେଇ ତର୍ଜମା ଚାଲିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.