Latest Odisha News

BREAKING NEWS

ଖରା ଛୁଟିରେ ହାଇକୋର୍ଟ ଶୁଣାଣି ପାଇଁ ଆସିଲା ତାରିଖ

ଭୁବନେଶ୍ୱର: ଚଳିତ ଖରା ଛୁଟିରେ ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ଜରୁରୀକାଳନୀ ମାମଲା ପରିଚାଳନା ପାଇଁ ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି ତାରିଖ । ଗ୍ରୀଷ୍ଟ ଛୁଟି ଖଣ୍ଡପୀଠ ଏହି କାର୍ଯ୍ୟ ଦିବସ ଗୁଡ଼ିକରେ ଶୁଣାଣି କରିବେ । ମେ ମାସରେ ୨୪, ୨୭, ୩୧ ଏବଂ ଜୁନ୍ ମାସରେ ୨, ୭, ୧୦, ୧୩ ଏବଂ ୧୭ ଜୁନ୍ରେ ଶୁଣାଣି ହେବ ।

ଖରା ଛୁଟି ପରେ କୋର୍ଟ ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା ରହିତ ମାମଲା ଗୁଡ଼ିକ ଏହି ସମୟରେ ଶୁଣାଣି କରାଯିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି । ଧାର୍ଯ୍ୟ ତାରିଖରେ ସକାଳ ୧୧ଟା ରୁ ଶୁଣାଣି ଆରମ୍ଭ ହେବ । ମେ ୧୬ ପୂର୍ବରୁ ଦାଖଲ ହୋଇଥିବା ମାମଲା ଧାର୍ଯ୍ୟ ତାରିଖ ଗୁଡ଼ିକରେ ଗଠିତ ଖଣ୍ଡପୀଠଙ୍କ ଦ୍ୱାରା ଶୁଣାଣି କରାଯିବ ।

ଜରୁରୀକାଳୀନ ମାମଲା ଗୁଡ଼ିକ ପୂର୍ବ ଦିନ ସକାଳ ୧୧ ଟା ଆଗରୁ ଅଗ୍ରୀମ ରେଜିଷ୍ଟର କରିବାକୁ ପଡ଼ିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ନିକଟରୁ ସୂଚନା ମିଳିଛି ।

Leave A Reply

Your email address will not be published.