Latest Odisha News

BREAKING NEWS

ବିିରଳ କିଡ଼ନୀ ଅସ୍ତ୍ରୋପଚାର; ବାହାରିଲା ୨୦୬ ଖଣ୍ଡ ଷ୍ଟୋନ୍

ଭୁବନେଶ୍ୱର: କିଡ଼ନୀରୁ ବାହାରିଲା ୨୦୬ ଖଣ୍ଡ ଷ୍ଟୋନ । ହାଇଦ୍ରାବାଦରେ ଜଣେ ବ୍ୟକ୍ତିଙ୍କ କି ହୋଲ୍ ଅସ୍ତ୍ରୋପଚାରରୁ ଏମିତି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ୫୬ ବର୍ଷୀୟ ବୀରାମଲ୍ଲା ଦୀର୍ଘ ଦିନ ଧରି ପେଟ ଯନ୍ତ୍ରଣା ଭୋଗୁଥିଲେ । ସିଟି କେୟୁବି ସ୍କାନ କରିବା ପରେ ବାଁ ପଟ କିଡନୀରେ କିଛି ଷ୍ଟୋନ୍ ଥିବା ଜଣାପଡ଼ିଥିଲା ।

କେସ୍ ଟି ଅସାଧାରଣ ଲାଗୁଥିବାରୁ ଡାକ୍ତର କି ହୋଲ୍ ସର୍ଜରୀ କରିବାକୁ ପରାମର୍ଶ ଦେଇଥିଲେ । ଗ୍ଲେନ ଇଗଲସ ହସ୍ପିଟାଲରେ ଗୁରୁବାର ସର୍ଜରୀ ବେଳେ ଡାକ୍ତର ବାହାରୁଥିବା ଷ୍ଟୋନ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଗୋଟେ ପରେ ଗୋଟେ ଛୋଟଛୋଟ ହୋଇ ୨୦୬ଟି ଷ୍ଟୋନ ବାହାରିଥିଲା ।

ପ୍ରଥମେ ବୀରାମାଲ୍ଲା ଘର ପାଖ କ୍ଲିନିକରୁ ଔଷଧ ଆଣି ଖାଉଥିଲେ । ହାଲକା ପେଟ ଯନ୍ତ୍ରଣା କମିବା ଛଡ଼ା ଅନ୍ୟ କିଛି ସୁଫଳ ମିଳୁନଥିଲା । ଏମିତି ବାରମ୍ବାର ହେବା ପରେ ସେ ଡରିଯାଇ ହସ୍ପିଟାଲ ଯାଇଥିଲେ । ସର୍ଜରୀ କରୁଥିବା ଡାକ୍ତର ପୁଲା ନବୀନ କୁମାର କହିଛନ୍ତି ଏମିତି ଯନ୍ତ୍ରଣାକୁ ଅବହେଳା କରିବା କଥା ନୁହେଁ । ସର୍ଜରୀ ସଫଳ ହେବା ପରେ ଦ୍ୱିତୀୟ ଦିନରେ ଡିସଚାର୍ଜ ହୋଇଯାଇଛନ୍ତି ବୀରାମାଲ୍ଲା ।

Leave A Reply

Your email address will not be published.