Latest Odisha News

ନିର୍ବାଚନ ମାମଲା: ଭୁବନେଶ୍ୱର ମଧ୍ୟ ବିଧାୟକଙ୍କୁ ନୋଟିସ୍

ଭୁବନେଶ୍ଵର: ଭୁବନେଶ୍ଵର ମଧ୍ୟ ବିଧାୟକଙ୍କୁ ଲାଗିଲା ଝଟ୍‌କା। ନିର୍ବାଚନୀ ଅନିୟମିତତା ମାମଲାରେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ହାଇକୋର୍ଟ ନୋଟିସ ଜାରିକରିଛନ୍ତି। ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଆବେଦନ ଆଧାରରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ନୋଟିସ ଜାରି କରିଛନ୍ତି । ନାମାଙ୍କନ ବେଳେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ନୋଟିସ ହୋଇଛି। ସେପ୍ଟେମ୍ବର ୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୂଚନାଯୋଗ୍ୟ ଯେ, ଗତକାଲି ନିର୍ବାଚନୀ ଅନିୟମିତତା ମାମଲାରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ନୋଟିସ ଜାରି କରିଥିଲେ ହାଇକୋର୍ଟ । ଏହା ପୂର୍ବରୁ ବିଜେଡି ବିଧାୟକ ଧ୍ରୁବ ସାହୁ ଅରୁଣ ସାହୁଙ୍କୁ ମଧ୍ୟ ହାଇକୋର୍ଟ ନୋଟିସ ଜାରି କରିଥିଲେ କୋର୍ଟ।

 

 

Comments are closed.