ପୁରୀ: ଅଡୁଆରେ ଫଶିଲେ ପୁରୀ ଜିଲ୍ଲାପାଳ । ଅଦାଲତ ଅବମାନନା ନୋଟିସ ଜାରି କଲେ ହାଇକୋର୍ଟ । ପ୍ରସ୍ତାବିତ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ପ୍ରସଙ୍ଗରେ ଅଡୁଆରେ ପଡ଼ିଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା । ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହୋଇ ନ ଥିବା ଅଭିଯୋଗରେ ଜବାବ ତଲବ କରିଛନ୍ତି କୋର୍ଟ ।
୩ ସପ୍ତାହ ମଧ୍ୟରେ ଜବାବ ଦଖଲ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୧୯୮୭ରେ ଅଭୟାରଣ୍ୟ ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା । ବିଜ୍ଞପ୍ତିର ୩୯ ବର୍ଷ ପରେ ବି ଜମି ଅଧିଗ୍ରହଣ ହୋଇନାହିଁ । ଜମି ମାଲିକଙ୍କୁ କ୍ଷତିପୂରଣ ଦିଆଯାଇନି କି ଜମି ଛାଡ଼ ମଧ୍ୟ ହୋଇନାହିଁ । ୨୦୨୪ ଡିସେମ୍ବର ସୁଦ୍ଧା ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ କୋର୍ଟ ମହଲତ ଦେଇଥିଲେ । ଏଥିରେ ଖିଲାପ ହୋଇଥିବାରୁ ଅଦାଲତ ଅବମାନନା ନୋଟିସ ଜାରି ହୋଇଛି ।