Latest Odisha News

BREAKING NEWS

ଉମର ଖାଲିଦଙ୍କୁ ତାଗିଦ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ଜେଏନୟୁର ପୂର୍ବତନ ଛାତ୍ର ନେତା ଉମର ଖାଲିଦଙ୍କୁ ଆଜି ଦିଲ୍ଲୀ ହାଇକୋର୍ଟ ତାଗିଦ କରିଛନ୍ତି ।  ୨୦୨୦ରେ ସିଏଏ/ଏନଆରସିକୁ ନେଇ ଖାଲିଦ ଉତେଜନାପୂର୍ଣ୍ଣ ଭାଷଣ ଦେବା ପରିପ୍ରେକ୍ଷୀରେ କୋର୍ଟ ଏହା କହିଛନ୍ତି । ଆପଣ ବାରମ୍ବାର ପୂର୍ବପୂରୁଷ ଇଂଗ୍ରେଜଙ୍କ ଗୋଲାମୀ କରୁଥିଲେ ବୋଲି କହିଥିଲେ, ଏହା କଣ ଅପମାନଜନକ ନୁହେଁ ବୋଲି  ବିଚାରପତି ସିଦ୍ଧାର୍ଥ ମୃଦୁଳ ଓ ରଜନୀଶ ଭଟ୍ଟନାଗର କୋର୍ଟ ପ୍ରଶ୍ନ କରିଥିଲେ ।

ମହାତ୍ମା ଗାନ୍ଧୀ ଏବଂ ଭଗତ ସିଂ ଏ ଭଳି ଭାଷାର ପ୍ରୟୋଗ କରୁଥିଲେ କି, ଫ୍ରି ସ୍ପିଚର ମାନେ କଣ ତୁମେ ଯାହା ଚାହିଁବ ତାହା କହିବ । ଏହାର ଏକ ନିର୍ଦ୍ଦିଷ୍ଟ ମାପଦଣ୍ଡ ରହିବା ଉଚିତ । ଦିଲ୍ଲୀ ପୋଲିସ ୨୦୨୦ ଦଙ୍ଗା ଉସକାଇବା ଘଟଣାରେ ଖାଲିଦଙ୍କୁ ଗିରଫ କରିଥିଲା । ୨୭ ଏପ୍ରିଲ ମଧ୍ୟରେ ଜବାବ ଦାଖଲ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.