Latest Odisha News

[ଦେଖନ୍ତୁ ଭିଡିଓ] ସ୍କୁଲ ରୂପାନ୍ତରୀକରଣ ପରେ ପାଠପଢ଼ା, ସମୀକ୍ଷା କଲେ 5T ସଚିବ

କେନ୍ଦୁଝର  : କେନ୍ଦୁଝର ଗସ୍ତରେ ଅଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5-Tସଚିବ ଭିକେ ପାଣ୍ଡିଆନ । କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ପରେ ସ୍କୁଲ ମୁହାଁ ହୋଇଥିଲେ ସଚିବ । ସ୍କୁଲ ରୂପାନ୍ତରଣ ପରେ କେମିତି ଚାଲିଛି ପାଠପଢା, ତା’ର ତଦାରଖ କରିଥିଲେ

BjdElectrycity

ବାସୁଦେବପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲେ 5-T ସଚିବ । ତାଙ୍କ ସହ ମୁଖ୍ୟ ଶାସନ ସଚିବ ଓ ଜଳ ସମ୍ପଦ ଅତିରିକ୍ତ ସଚିବ ମଧ୍ୟ ସ୍କୁଲ ଗସ୍ତ କରିଥିଲେ । ଇ-କ୍ଲାସରୁମ୍ ଓ ଅତ୍ୟାଧୁନିକ ଲାଇବ୍ରେରୀରେ ପାଠପଢ଼ା ଆଗ୍ରହ ବଢ଼ାଇଛି ।ସ୍କୁଲ ରୂପାନ୍ତରଣ ନେଇ ପିଲାଙ୍କ ଅନୁଭୁତି ମଧ୍ୟ ଶୁଣିଛନ୍ତି 5-T ସଚିବ ।

ରୂପାନ୍ତିକରଣ କାର୍ଯ୍ୟର ତଦାରଖ କରିବା ସହିତ 5-T ସଚିବ ଛାତ୍ରୀମାନଙ୍କ ସହିତ ଖେଳ ପଡ଼ିଆରେ ବାସ୍କେଟ୍ ବଲ୍ ଖେଳିଥିଲେ । ସ୍କୁଲ ବୁଲିବା ସହ ଛାତ୍ରଛାତ୍ରୀଙ୍କ ସହ ଏକାଠି ବସି ମଧ୍ୟାହ୍ନ ଭୋଜନ ଖାଇଥିଲେ । ପ୍ରଥମ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ପର୍ବ ଗଞ୍ଜାମ ହିଞ୍ଜିଳିକାଟୁରୁ ଆରମ୍ଭ ହୋଇ ଯାଜପୁରରେ ଶେଷ ହୋଇଥିଲା । ଏଥିରେ ସାରା ରାଜ୍ୟରେ ୧୦୭୮ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ ହୋଇଛି ।

Leave A Reply

Your email address will not be published.