Latest Odisha News

BREAKING NEWS

୩ ମାସ ଭିତରେ ମହାପ୍ରଭୁଙ୍କ ସମସ୍ତ ରତ୍ନଅଳଙ୍କାର ଗଣତି ମଣତି କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଜନସ୍ବାର୍ଥ ମାମଲାର ରାୟ ପ୍ରକାଶ ପାଇଛି । ଦିନ ନଗଡ଼ାଇ ତତ୍ପରତା ଦେଖାନ୍ତୁ ସରକାର । ଆସନ୍ତା ୩ ମାସ ଭିତରେ ମହାପ୍ରଭୁଙ୍କ ସମସ୍ତ ରତ୍ନଅଳଙ୍କାର ଗଣତି ମଣତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୧୯୭୮ର ଗଣତିମଣତି ରିପୋର୍ଟ ସହ ଏହାକୁ ମେଳ କରାଯିବ । ଏଥିସହ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ହାଇକୋର୍ଟ ଆହୁରି କହିଛନ୍ତି ଯେ, ବିଧାନସଭାରେ କମିସନଙ୍କ ରିପୋର୍ଟ ଉପସ୍ଥାପନ କରାଯାଉ । ଜଷ୍ଟିସ ରଘୁବୀର ଦାସ କମିସନଙ୍କ ରିପୋର୍ଟ ଉପସ୍ଥାପନ କରାଯାଉ । ରିପୋର୍ଟ ୨୦୧୮ରୁ ସରକାରଙ୍କୁ ଦିଆଯାଇଥିଲେ ବି ହୋଇନି ଉପସ୍ଥାପନ । ଆସନ୍ତା ବିଧାନସଭା ଅଧିବେଶନରେ ଉପସ୍ଥାପନ କରିବାକୁ କହିଲେ କୋର୍ଟ ।

ଗଣତି ମଣତି ଓ କମିଟି ରିପୋର୍ଟ ପ୍ରସଙ୍ଗରେ ତତ୍ପରତା ଦେଖାନ୍ତୁ ସରକାର । ଆଳସ୍ୟ ନଦେଖାଇ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ତାଗିଦ କଲେ ହାଇକୋର୍ଟ । ୩ ମାସ ପରେ ପରବର୍ତ୍ତୀ ଶୁଣାଣିରେ ରିପୋର୍ଟ ସରକାର ଦାଖଲ କରିବାକୁ ନିର୍ଦ୍ଦେଶ ।

Leave A Reply

Your email address will not be published.