Latest Odisha News

BREAKING NEWS

୬ ସପ୍ତାହ ମଧ୍ୟରେ ରାଜ୍ୟ ବାର୍ କାଉନସିଲ ନିର୍ବାଚନ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ରାଜ୍ୟ ବାର୍ କାଉନସିଲ ନିର୍ବାଚନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଆଗାମୀ ୬ ସପ୍ତାହ ମଧ୍ୟରେ ନିର୍ବାଚନ ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବ ଭୋଟର ତାଲିକା ଅନୁସାରେ ନିର୍ବାଚନ ସମ୍ପାଦନ କରିବାକୁ କୋର୍ଟ ତାଙ୍କ ନିର୍ଦ୍ଦେଶରେ ଶୁଣାଇଛନ୍ତି । ପରିଷଦର ପୂର୍ବତନ ଅଧ୍ୟକ୍ଷ ଚିନ୍ମୟ ମହାନ୍ତିଙ୍କ ଆବେଦନର ରାୟ ପ୍ରକାଶ ସହ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଆବେଦନକାରୀ ଦର୍ଶାଇଥିଲେ ଯେ ୫ ବର୍ଷିଆ କାର୍ଯ୍ୟକାଳ ବିଶିଷ୍ଟ ବାର୍ କାଉନସିଲର କାର୍ଯ୍ୟକାଳ ଗତ ୨୦୧୮ରୁ ଶେଷ ହୋଇଛି । ଏହାରି ଭିତରେ ତିନି ବର୍ଷରୁ ଅଧିକ ବିତିଯାଇଥିଲେ ହେଁ ନିର୍ବାଚନ ହେଉନାହିଁ । ଏହାଦ୍ବାରା ଆଇନଜୀବୀଙ୍କ ସମସ୍ୟାର ସମାଧାନ ହୋଇପାରୁନଥିବା ଆବେଦନରେ ଦର୍ଶାଯାଇଛି । ତେଣୁ ବାର୍ କାଉନସିଲର ନିର୍ବାଚନ କରିବାକୁ ଆବେଦନ କରିଥିଲେ ପୂର୍ବତନ ଅଧ୍ୟକ୍ଷ ଚିନ୍ମୟ ମହାନ୍ତି ।

Comments are closed.