Latest Odisha News

ଡାକ୍ତର ପତିତପାବନ ମହାନ୍ତି ହେଲେ ‘ନିରତାର’ର ନୂଆ ନିର୍ଦ୍ଦେଶକ

ଭୁବନେଶ୍ବର : ସ୍ବାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ ବା ନିରତାରର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେଇଛନ୍ତି ଡାକ୍ତର ପତିତପାବନ ମହାନ୍ତି । ଫିଜିଓଥେରାପି ବିଭାଗର ଆସୋସିଏଟ୍ ପ୍ରଫେସର ତଥା ମୁଖ୍ୟ ଡାକ୍ତର ପତିତପାବନ ମହାନ୍ତି ନିୟମିତ ନିର୍ଦ୍ଦେଶକ ନିଯୁକ୍ତି ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇବେ ବୋଲି କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟା ଓ ସଶକ୍ତିକରଣ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି । ପୂର୍ବରୁ ନିର୍ଦ୍ଦେଶକ ଥିବା ଡାକ୍ତର ଶକ୍ତି ପ୍ରସାଦ ଦାସ ସ୍ବେଚ୍ଛାକୃତ ଅବସର ନେବା ପାଇଁ କରିଥିବା ଆବେଦନକୁ କେନ୍ଦ୍ର ସରକାର ଗ୍ରହଣ କରିନେଇଛନ୍ତି ।

BjdElectrycity

୨୦୧୬ ଜାନୁଆରି ୨୮ରେ ନିରତାରର ନିର୍ଦ୍ଦେଶକ ପଦରେ ଥିବା ଶକ୍ତି ପ୍ରସାଦ ଦାସ ୩ ବର୍ଷ ପାଇଁ ଡେପୁଟେସନ ଭିତ୍ତିରେ ଯୋଗ ଦେଇଥିଲେ । ପରେ କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟକାଳକୁ ଆଉ ୨ ବର୍ଷ ବଢ଼ାଇଥିଲେ । ମୋଟ ୫ ବର୍ଷର ଡେପୁଟେସନ ଅବଧି ଶେଷ ହୋଇଥିବାରୁ, କାର୍ଯ୍ୟକାଳ ପୁଣି ଦୁଇ ବର୍ଷ ବଢ଼ାଇବାକୁ ଆବେଦନ କରିଥିଲେ । ମାତ୍ର କେନ୍ଦ୍ର ସରକାର ଆବେଦନକୁ ଗ୍ରହଣ ନକରିବାରୁ, ଏଥିଲାଗି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଗତ ନଭେମ୍ବର ୧୬ରେ ବିଚାରପତି ଡକ୍ଟର ବି.ଆର ଷଡଙ୍ଗୀ ଆବେଦନର ଶୁଣାଣି କରି ଡେପୁଟେସନ ଅବଧି ପୂରିଯିବା ପରେ ଡାକ୍ତର ଶକ୍ତି ପ୍ରସାଦ ନିର୍ଦ୍ଦେଶକ ପଦରେ ରହିବାର ଅଧିକାର ନାହିଁ ବୋଲି ଦର୍ଶାଇଥିଲେ । ରାୟ ବିରୋଧରେ ଡାକ୍ତର ଦାସ ‘ଡିଭିଜନ ବେଞ୍ଚ’ରେ ରିଟ୍ ଅପିଲ୍ ଦାଖଲ କରିଥିଲେ । ଗତ ଡିସେମ୍ବର ୨୦ ତାରିଖରେ ମୁଖ୍ୟ ବିଚାରପତି ଡକ୍ଟର ଏସ. ମୁରଲୀଧର ଓ ବିଚାରପତି ଏ.କେ ମହାପାତ୍ରଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ପୂର୍ବ ରାୟକୁ କାଏମ ରଖିଥିଲେ । ଏହା ପରେ ଡାକ୍ତର ଦାସ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବାକୁ ଦରଖାସ୍ତ କରିଥିବା ବେଳେ, ତାଙ୍କ ଆବେଦନକୁ କେନ୍ଦ୍ର ସରକାର ଗ୍ରହଣ କରିନେଇଛନ୍ତି ।

Leave A Reply

Your email address will not be published.