କଟକ : ରାଜ୍ୟରେ ମଦ ଦୋକାନ ଲାଇସେନ୍ସ ଆବଣ୍ଟନ ଲଟେରୀ ମାଧ୍ୟମରେ କରିବାକୁ ସରକାର ନେଇଥିବା ନିଷ୍ପତ୍ତିକୁ କାଏମ ରଖିଛନ୍ତି ହାଇକୋର୍ଟ । ଏଥିସହ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାୟର ସମସ୍ତ ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ । ରାଜ୍ୟ ସରକାର ଗତ ଜାନୁଆରୀ ୭ ତାରିଖରେ ଏନେଇ ନିଷ୍ପତ୍ତି ନେଇଥିଲେ । ପରବର୍ତ୍ତି ଅବସ୍ଥାରେ ଜାନୁଆରୀ ୨୬ ତାରିଖରେ ଅବକାରୀ ବିଭାଗ ଏ ସଂପର୍କରେ ନୂଆ ଗାଇଡ୍ ଲାଇନ ଓ ନୀତି ନିର୍ଦ୍ଧାରଣ କରିଥିଲେ ।
ସେହିପରି ଜିଲ୍ଲାପାଳମାନେ ମାର୍ଚ୍ଚ ୧୪ ତାରିଖରେ ନିଜ ଜିଲ୍ଲାରେ ଲଟେରୀରେ ଭାଗ ନେବା ପାଇଁ ମଦ ବ୍ୟବସାୟୀଙ୍କ ଠାରୁ ଆବେଦନ ଆହ୍ବାନ କରିଥିଲେ । ଗତ ମାର୍ଚ୍ଚ ୩୧ ତାରିଖରୁ ପୁରୁଣା ସମସ୍ତ ଲାଇସେନ୍ସର ଅବଧି ଶେଷ ହୋଇଥିଲା । ତେବେ ଏହାକୁ ବିରୋଧ କରି ଏକାଧିକ ମାମଲା ହାଇକୋର୍ଟରେ ରୁଜୁ ହୋଇଥିଲା । ହାଇକୋର୍ଟ ସମସ୍ତ ପକ୍ଷକୁ ପୁଙ୍ଖାନୁପୁଙ୍ଖ ଭାବେ ଶୁଣାଣି କରି ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ ।
Comments are closed.