Latest Odisha News

BREAKING NEWS

କିମ୍‍ସରେ ହେଲା ସଫଳ କିଡ୍‍ନୀ ପ୍ରତ୍ୟାରୋପଣ

ଭୁବନେଶ୍ୱର: କିମ୍‍ସରେ ସଫଳ କିଡ୍‍ନୀ ପ୍ରତ୍ୟାରୋପଣ, ସୁସ୍ଥ ହୋଇ ଘରକୁ ଫେରିଲେ ଯୁବକ । ପ୍ରଥମର ଥର ଲାଗି କିମ୍‍ସରେ ସଫଳ କିଡ୍‍ନୀ ପ୍ରତ୍ୟାରୋପଣ କରାଯାଇଛି । କିମ୍‍ସରେ ଜଣେ ୨୩ ବର୍ଷୀୟ ଯୁବକଙ୍କଠାରେ ସଫଳ କିଡ୍‍ନୀ ପ୍ରତ୍ୟାରୋପଣ କରାଯାଇଛି । ଯୁବକ ଜଣକ ସୁସ୍ଥ ହେବା ପରେ ଆଜି ଘରକୁ ଫେରିଛନ୍ତି । ଯୁବକ ଜଣକ କିଡ୍‍ନୀ ରୋଗର ଶେଷ ପର୍ଯ୍ୟାୟ ଆକ୍ରାନ୍ତ ହୋଇ କିମ୍‍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ପ୍ରଥମ ଥର ଲାଗି କିମ୍‍ସ ହସ୍ପିଟାଲ୍‍ର ଡାକ୍ତରୀଦଳ ଗତ ୧୯ ତାରିଖରେ ସଂପୃକ୍ତ ଯୁବକଙ୍କଠାରେ କିଡ୍‍ନୀ ପ୍ରତ୍ୟାରୋପଣ କରି ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି । ସଂପୃକ୍ତ ଯୁବକଙ୍କୁ ତାଙ୍କ ମାଆ ହିଁ ନିଜ କିଡନୀ ଦାନ କରିଛନ୍ତି । ଗତ ୨୫ ତାରିଖରେ ଯୁବକଙ୍କ ମାଆ ସୁସ୍ଥ ହେଇ ଘରକୁ ଯାଇଥିବା ବେଳେ ଆଜି ପୁଅ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି ।

କିମ୍‍ସ ହସ୍ପିଟାଲ୍‍ର ନେଫ୍ରୋଲୋଜି ବିଭାଗର ଡା. ନିକୁଞ୍ଜ କିଶୋର ରାଉତ ଏହି ଟିମ୍‍ର ନେତୃତ୍ୱ ନେଇଥିଲେ । କିଡ୍‍ନୀ ରୋଗର ଶେଷାବସ୍ଥା ପାଇଁ କିଡ୍‍ନୀ ପ୍ରତ୍ୟାରୋପଣ ଏକ ଫଳପ୍ରଦ ନିଦାନ ବୋଲି ଡା ରାଉତ କହିଛନ୍ତି । ଗୋଟିଏ କିଡ୍‍ନୀ ଦାନ କରିଦେଲେ ମଣିଷ ଦୁର୍ବଳ ହୋଇଯିବ ଓ ସେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ବୋଲି ଲୋକଙ୍କ ମଧ୍ୟରେ ଯେଉଁ ଆଶଙ୍କା ରହିଛି ତାହା ଠିକ୍‍ ନୁହେଁ । ଏହା ସହ ଡାୟାଲିସିସ୍‍ ଏହାର ସ୍ଥାୟୀ ଉପଚାର ନୁହେଁ ବୋଲି ସେ କହିଛନ୍ତି ।  ଏହି ସଫଳତା ପାଇଁ କିସ୍‍ ପ୍ରତିଷ୍ଠାତା  ଅଚ୍ୟୁତ ସାମନ୍ତ ଡାକ୍ତରୀ ଦଳର ସମସ୍ତ ଡାକ୍ତର ଏବଂ ଅନ୍ୟ ସହଯୋଗୀ ସ୍ୱାସ୍ଥ୍ୟକର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.