Latest Odisha News

BREAKING NEWS

ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ, ଅଭିନେତାଙ୍କ ବିରୋଧରେ ଚାଲିବ ମାମଲା

ଭୁବନେଶ୍ୱର: ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ଅଡ଼ୁଆ ବଢିଛି । ଅନୁଭବଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ। ଅନୁଭବଙ୍କ ବିରୋଧରେ ଚାଲିବ ଯୌତୁକ ନିର୍ଯାତନା ମାମଲା। ତଳ କୋର୍ଟଙ୍କ ଚାର୍ଜଫ୍ରେମକୁ ହାଇକୋର୍ଟ କାଏମ ରଖିଛନ୍ତି। ନୁଭବ ଓ ତାଙ୍କ କର୍ମଚାରୀଙ୍କ ବିରୋଧରେ ବର୍ଷା ଦେଇଥିଲେ ଏତଲା।
ଅନୁଭବ ଓ ସହଯୋଗୀ ଖଗେଶ୍ବରଙ୍କ ହେବ ବିଚାର। ପୁରୀଘାଟ ଥାନାରେ ନିର୍ଯାତନା ମାମଲା ହୋଇଥିଲା । ଅନୁଭବଙ୍କ ଘରେ ଥିବା ବେଳେ ମାନସିକ ନିର୍ଯାତନା ପାଉଥିବା କରିଥିଲେ ଅଭିଯୋଗ ହୋଇଛି। ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଅନୁଭବ ହାଇକୋର୍ଟ ଯାଇଥିଲେ। ଆବେଦନ ଖାରଜ ପରେ ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନ ସାମ୍ନା କରିବେ ଅନୁଭବ।

Leave A Reply

Your email address will not be published.