Latest Odisha News

BREAKING NEWS

ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ନିଷ୍ପତ୍ତି ଉପରେ କ’ଣ କହିଲେ ହାଇକୋର୍ଟ?

କଟକ: ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ କାଏମ ରଖିଲେ ହାଇକୋର୍ଟ । ପୂର୍ବରୁ ୨୦ରୁ କମ୍ ପିଲା ଥିବା ସ୍କୁଲକୁ ବନ୍ଦ କରି ନିକଟତର ସ୍କୁଲରେ ମିଶ୍ରଣ ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ଯାହା ଉପରେ ମଙ୍ଗଳବାର ଶୁଣାଣି କରି ହାଇକୋର୍ଟ ନିଷ୍ପତ୍ତିକୁ କାଏମ ରଖିଛନ୍ତି ।

ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ, ଜଣିକିଆ ବିଚାରପତିଙ୍କ ଆଦେଶକୁ ଖାରଜ କରିବା ସହିତ ସରକାରଙ୍କ ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ କାଏମ ରଖିଛନ୍ତି ।

ତେବେ ମିଶ୍ରଣକୁ ବିରୋଧ କରୁଥିବା ଆବେଦନକାରୀ ଜିଲ୍ଲା ଅଭିଯୋଗ ସେଲ୍‌ ରେ ଅଭିଯୋଗ କରିପାରିବେ । ଆବେଦନକାରୀଙ୍କ ଅଭିଯୋଗ ଉପରେ ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ହାଇକୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ, ୨୦ରୁ କମ୍ ପିଲା ଥିବା ସ୍କୁଲକୁ ବନ୍ଦ କରି ପାଖ ସ୍କୁଲରେ ମିଶ୍ରଣ ପାଇଁ ୨୦୧୮ରେ ଏକ ଗାଇଡଲାଇନ ପ୍ରସ୍ତୁତ କରି ରାଜ୍ୟ ସରକାର ୨୦୨୦ରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ତେବେ ଏହି ନିଷ୍ପତ୍ତିକୁ ବିରୋଧ କରି ହାଇକୋର୍ଟରେ ୧୬୮ଟି ମାମଲା ହୋଇଥିଲା ।

ମାମଲାକୁ ଏକତ୍ର ଶୁଣାଣି କରି ହାଇକୋର୍ଟର ଜଣିକିଆ ବିଚାରପତି ସରକାରଙ୍କ ବିଜ୍ଞପ୍ତିକୁ ୨୦୨୧ରେ ରଦ୍ଦ କରି ଦେଇଥିଲେ । ପରେ ଏହାକୁ ବିରୋଧ କରି ରାଜ୍ୟ ସରକାର ରିଟ୍ ପିଟିସନ ଦାଖଲ କରିଥିଲେ ।

Comments are closed.