Latest Odisha News

BREAKING NEWS

ଅକ୍ଟୋବର ୫ ତାରିଖ ଛୁଟି ସତ୍ତ୍ଵେ ମଧ୍ୟ ଖୋଲା ରହିବା ହାଇକୋର୍ଟ

କଟକ: ଅକ୍ଟୋବର ୫ ତାରିଖକୁ କାର୍ଯ୍ୟଦିବସ ଘୋଷଣା କଲେ ହାଇକୋର୍ଟ । ଅକ୍ଟୋବର ୫ ତାରିଖ ଶନିବାର ସତ୍ତ୍ୱେ ମଧ୍ୟ ଖୋଲା ରହିବ ହାଇକୋର୍ଟ । ନୂଆଖାଇ ପାଇଁ ଆସନ୍ତା ୯ ତାରିଖ ଛୁଟିଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଳନ ଅବସରରେ ଆସନ୍ତା ୯ ତାରିଖ ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ ଗୁଡିକ ସହ ସମସ୍ତ ସରକାରୀ କାର୍ଯ୍ୟାଳୟ, କଲେଜ, ବିଶ୍ବବିଦ୍ୟାଳୟ ଓ ମାଜିଷ୍ଟ୍ରିଆଲ କୋର୍ଟ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

Comments are closed.