ଭୁବନେଶ୍ୱର : ମହାଡ୍ରାମାର ଖୋଲିଲା ଗୁମର । ଭୁବନେଶ୍ୱର ପହଞ୍ଚିଲା ନିଜ ଅପହରଣର ଡ୍ରାମା ରଚିଥିବା ନାୟକ ସ୍ୱିଗି ବୟ । ମହାଡ୍ରାମାର ଖୋଲିଲା ଗୁମର । ଭୁବନେଶ୍ୱର ପହଞ୍ଚିଲା ନିଜ ଅପହରଣର ଡ୍ରାମା ରଚିଥିବା ନାୟକ ସ୍ୱିଗି ବୟ । ଚିକୁନ ଓ ତାଙ୍କ ବାନ୍ଧବୀକୁ ମଧ୍ୟପ୍ରଦେଶର କଟ୍ନିରୁ ଭୁବନେଶ୍ୱରକୁ ଆଣିଛି ଧଉଳି ଥାନା ପୋଲିସ । ନିଜ ଅପହରଣ ନାଟକ ରଚିଥିବା ସ୍ୱିଗି ବୟ ଚିକୁନ ଓ ତାଙ୍କ ବାନ୍ଧବୀକୁ ମଧ୍ୟପ୍ରଦେଶର କଟ୍ନିରୁ ଭୁବନେଶ୍ୱରକୁ ଆଣିଛି ଧଉଳି ଥାନା ପୋଲିସ । ଥାନାରେ ଉଭୟଙ୍କୁ ପଚରା ଉଚରା କରାଯାଉଛି । କାହିଁକି ଏପରି ନିଜ ଅପହରଣ ନାଟକ କରିଥିଲା ଚିକୁନ ? ପ୍ରକୃତ କାରଣ କଣ ? ସେ ସଂପର୍କରେ ପୋଲିସ ପଚରା ଉଚରା କରୁଛି । 
ଗତ ଶନିବାର ରାତିରେ କିଡନାପ ନେଇ ପତ୍ନୀଙ୍କୁ ଭଏସ ମେସେଜ୍ କରିଥିଲା ପତିତପାବନ। ରବିବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଗତ ମଙ୍ଗଳବାର ଦିନ ମଧ୍ୟପ୍ରଦେଶର କଟଣୀ ରେଲୱେ ଷ୍ଟେସନରୁ ଡେଲିଭରି ବୟ ଓ ତାଙ୍କ ପ୍ରେମିକାକୁ ଠାବ କରିଥିଲା ପୋଲିସ। ପତ୍ନୀ ଠାରୁ ୩୦ ହଜାର ଟଙ୍କା ନେଇ ପ୍ରେମିକା ସହ ଟ୍ରେନ୍ ଯୋଗେ ଫେରାର ହୋଇଯାଇଥିଲା ସ୍ୱିଗି ବୟ ।
ଅନ୍ୟପଟେ, ପୁରୀ ଜିଲ୍ଲା ଗୋପ୍ ଥାନା ବେଦପୁର ଗାଁର ଜଣେ ବ୍ୟକ୍ତି, ତାଙ୍କ ଝିଅ ନିଖୋଜ ଥିବା ଅଭିଯୋଗ କରିଥିଲେ। ପରେ ପୋଲିସ୍ ଜାଣିବାକୁ ପାଇଥିଲା ସେହି ଯୁବତୀ ଓ ଚିକୁନ୍ ମଧ୍ୟରେ ଥିଲା ପ୍ରେମ ସଂପର୍କ । ଶନିବାର ଚିକୁନ୍ ନିଖୋଜ ହେବା ପରେ ରବିବାର ସଂପୃକ୍ତ ଯୁବତୀ ବି ନିଖୋଜ ହୋଇ ଯାଇଥିଲେ। । ଘଟଣାର ଖୋଳତାଡ଼ କରୁ କରୁ ଉଭୟେ ଟ୍ରେନରେ ଯାତ୍ରା କରୁଥିବା ଜାଣିବାକୁ ପାଇଥିଲା ପୋଲିସ୍ । ଉଭୟଙ୍କୁ ଆର୍ପିଏଫ୍ ଧରିବା ପରେ ଘଟଣା ଉପରୁ ହଟିଛି ପରଦା ।
ଖୋଳତାଡ଼ରୁ ପୁଲିସ୍ ପାଇଥିଲା ସାଂଘାତିକ ତଥ୍ୟ। ଚିକୁନଙ୍କ ପତ୍ନୀ ଓ ବାନ୍ଧବୀ ଉଭୟ ପରସ୍ପରକୁ ପୂର୍ବରୁ ଭଲ ଭାବେ ଜାଣିଥିବା ବେଳେ ଗୋଟିଏ ସ୍କୁଲରେ ପଢ଼ୁଥିଲେ। ଚିକୁନ ଗତ ୭ ବର୍ଷ ହେଲା ସମ୍ପୃକ୍ତା ଯୁବତୀଙ୍କୁ ଭଲ ପାଉଥିବା ବେଳେ ଏନେଇ ତାଙ୍କ ପତ୍ନୀ ମଧ୍ୟ ଭଲ ଭାବେ ଅବଗତ ଥିଲେ।
ସେମାନଙ୍କୁ ଓଡ଼ିଶା ଆଣିବା ପାଇଁ ଏକ ସ୍ୱତନ୍ତ୍ର ପୋଲିସ୍ ଟିମ୍ ମଧ୍ୟପ୍ରଦେଶ ଯାଇଥିଲା । ପରେ ଜଣାପଡ଼ିଥିଲା ଯେ, ସେ ନିଜେ ହିଁ ଏହି ଅପହରଣ ନାଟକ ରଚିଥିଲା । ମଧ୍ୟପ୍ରଦେଶ କଟନି ଷ୍ଟେସନରୁ ଚିକୁନ୍ ଧରାପଡିଲା ପରେ ଏଭଳି ନାଟକର ପର୍ଦ୍ଦାଫାଶ ହୋଇଥିଲା।
ଆଜି ପୋଲିସର ପଚାରଉଚରା ପରେ ପୂରା ନାଟକରୁ ହଟିବ ପରଦା ।
Comments are closed.