Latest Odisha News

ଓଡ଼ିଶାକୁ ଅମ୍ଫନ ସହାୟତା: ୧୨୮ କୋଟିର ଅତିରିକ୍ତ ସହାୟତା ଘୋଷଣା କଲା କେନ୍ଦ୍ର

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ଓଡ଼ିଶା ସମେତ ୬ ରାଜ୍ୟକୁ କେନ୍ଦ୍ର ସରକାର ସହାୟତା ଘୋଷଣା କରିଛନ୍ତି । ବାତ୍ୟା ଅମ୍ଫନ ପାଇଁ ଓଡ଼ିଶାକୁ ୧୨୮ କୋଟି ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରାଯିବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଏହାକୁ ଅନୁମୋଦନ ଦେଇଛି ।

BjdElectrycity

ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ । ବାତ୍ୟା ଅମ୍ଫନ ପରେ ଗତ ଜୁଲାଇ ମାସରେ ୫ଶହ କୋଟି ଟଙ୍କାର ଅଗ୍ରୀମ ସହାୟତା ଦେଇଥିଲେ କେନ୍ଦ୍ର ସରକାର ।

ଓଡ଼ିଶା ସମେତ ୬ଟି ରାଜ୍ୟକୁ ପ୍ରାକୃତିକ ଦୁର୍ବିପାକ ଜନିତ ସହାୟତା ଘୋଷଣା କରାଯାଇଛି । ୬ଟି ରାଜ୍ୟକୁ ମୋଟ୍ ୪ ହଜାର ୩୮୧ କୋଟି ଟଙ୍କାର ସହାୟତା ଦିଆଯିବ । ଏହି ୬ଟି ରାଜ୍ୟ ହେଉଛନ୍ତି ଓଡ଼ିଶା, ପଶ୍ଚିମବଙ୍ଗ, ସିକିମ୍, ମଧ୍ୟପ୍ରଦେଶ, ତାମିଲନାଡୁ ଓ ମହାରାଷ୍ଟ୍ର ।

Leave A Reply

Your email address will not be published.