Latest Odisha News

BREAKING NEWS

ରାଉରକେଲା ଇସ୍ପାତ କାରଖାନାର ସିସିଡି ବିଭାଗରେ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ

ରାଉରକେଲା : ରାଉରକେଲା ଇସ୍ପାତ କାରଖାନାର ସିସିଡି ବିଭାଗରେ ହୋଇଥିବା ଦୁର୍ଘଟଣାର ଆରମ୍ଭ ହୋଇଛି ଉଚ୍ଚସ୍ତରୀୟ ତଦନ୍ତ । ଏନଜିଟିଙ୍କ ନିର୍ଦ୍ଦେଶରେ ଗଠନ ହୋଇଥିବା ଉଚ୍ଚସ୍ତରୀୟ କମିଟି ଆଜି ଦ୍ୱିତୀୟ ଦିନରେ କାରଖାନାରେ ତଦନ୍ତ ଆରମ୍ଭ କରିଛି । ଏହି ରାଉରକେଲା ଇସ୍ପାତ କାରଖାନା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । କେମିତ ହେଲା ଦୁର୍ଘଟଣା ସେନେଇ ଆରମ୍ଭ ହୋଇଛି ସରଜମିନ ତଦନ୍ତ ।

ସେହିପରି ଦୁର୍ଘଟଣା ଦିନ କିପରି ଘଟଥିଲା ଅଘଟଣ, ସେନେଇ ମକ ଡ୍ରିଲ କରିଛନ୍ତି ତଦନ୍ତକାରୀ ଟିମ୍ । ରାଉରକେଲା ଇସ୍ପାତ କାରଖାନାର ସିସିଡି ବିଭାଗରେ ମରାମତି କାର୍ଯ୍ୟ କରାଯାଉଥିବା ବେଳେ ଗ୍ୟାସ ଲିକ ହୋଇ ୪ ଜଣ ଠିକା ଶ୍ରମିକ ମୃତ୍ୟୁବରଣ କରିଥିଲେ । ଏନଜିଟି ଘଟଣାକୁ ଗୁରୁତର ସହ ନେଇ ନିଜ ଆଡୁ ମାମଲା ରୁଜୁ କରି ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଏକ କମିଟି ଗଠନ କରିଥିଲେ । ଏହି କମିଟି ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ତଦନ୍ତ ଆରମ୍ଭ କରିଛି । ଗତ ଜାନୁଆରୀ ୬ ତାରିଖ ଦିନ ଗ୍ୟାସ ଲିକ ହୋଇ ୪ ଜଣ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ।

Comments are closed.