Latest Odisha News

BREAKING NEWS

ଅନୁଗୁଳ ଓ ଢେଙ୍କାନାଳରେ ଶିଳ୍ପାୟନ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

ଅନୁଗୁଳ : ଅନୁଗୁଳ ଓ ଢେଙ୍କାନାଳରେ ଶିଳ୍ପାୟନ ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ । ଉଭୟ ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଉଭୟ ଜିଲ୍ଲାରେ ଚାଷ ଓ ଶିଳ୍ପ ପାଇଁ ଅନେକ ସମ୍ଭାବନା ରହିଛି । ଏଥିପାଇଁ ଉଭୟଙ୍କୁ ଗୁରୁତ୍ବ ଦେଇ କାମ କରାଯିବ ବୋଲି ସମୀକ୍ଷା ପରେ ସୂଚନା ଦେଇଛନ୍ତି ଅସିତ ତ୍ରିପାଠୀ ।

ଖୁବଶୀଘ୍ର ଅନୁଗୁଳରେ ନୂଆ କୋଲ୍ କରିଡର ତିଆରି ହେବ । ଏଥିପାଇଁ ଜିଲ୍ଲାରେ ୧୨ଟି ନୂଆ ଖଣି ହେବ । ଏହାର ସବିଶେଷ ରିପର୍ଟ ୨ ମାସ ଭିତରେ ଦାଖଲ କରାଯିବ । ଏହାସହ ଢେଙ୍କାନାଳ ଓ ଅନୁଗୁଳରେ ୨ଟି ନୂଆ ଏମଏସଏମଇ ପାର୍କ ନିର୍ମାଣ ପାଇଁ ଯୋଜନା ହୋଇଛି । ସେହିପରି ଖୁବଶୀଘ୍ର ନାଲକୋର ସମ୍ପ୍ରସାରଣ କରାଯିବ । ଏଥିପାଇଁ ବ୍ରାହ୍ମଣୀରୁ ପାଣି ଆସିବ ।

ଅନୁଗୁଳରେ ଆଲୁମିନିୟମ ପାର୍କର ସମ୍ପ୍ରସାରଣ ମଧ୍ୟ କରାଯିବ । ଜିଲ୍ଲାରେ ଥିବା ତାପଜ ବିଦ୍ୟୁତ କେନ୍ଦ୍ରରୁ ନିର୍ଗତ ହେଉଥିବା ପାଉଁଶ ଜିଲ୍ଲା ପାଇଁ ସମସ୍ୟା ସୃଷ୍ଟି କରୁଛି । ଏହି ପାଉଁଶର ସୁପରିଚାଳନା ପାଇଁ ଖଣି ଗୁଡିକ ସହ ଆଲୋଚନା ଚାଲିଛି । ତାଳଚେରରେ ବନ୍ଦ ହୋଇଥିବା ଖଣିରେ ଏହି ପାଉଁଶକୁ ଭର୍ତ୍ତି କରାଯିବ । ଯାହାଦ୍ବାରା ପ୍ରଦୂଷଣ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି ଅସିତ ତ୍ରିପାଠୀ ।

Leave A Reply

Your email address will not be published.