Latest Odisha News

BREAKING NEWS

[ଭିଡ଼ିଓ] କନିକା ରାଜପରିବାରରେ ବୀଭତ୍ସ ହତ୍ୟା, ମା’କୁ ହତ୍ୟା କଲା ପୁଅ

କଟକ: କନିକା ରାଜପରିବାରରେ ବୀଭତ୍ସ ହତ୍ୟାକଣ୍ଡ । କଟକ କନିକା ଛକସ୍ଥିତ ଶ୍ରୀବିହାର କଲୋନିରେ ରହୁଥିବା ରାଜପରିବାରରେ ମାଆକୁ ହତ୍ୟା କରିଛି ପୁଅ । କନିକା ରାଜାଙ୍କ ନାତୁଣୀ ବୋହୂ ପରେଶ କୁମାରୀ ଭଞ୍ଜଦେଓଙ୍କୁ ହତ୍ୟା କରିଛି ତାଙ୍କ ପୁଅ ଗୋପାଳ ଭଞ୍ଜଦେଓ । ୭୫ ବର୍ଷୀୟା ମାଆଙ୍କୁ କଟୁରୀରେ ହାଣି ହତ୍ୟା କରିଛି ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଗୋପାଳଙ୍କ ମାନସିକ ଅବସ୍ଥା ଠିକ ନଥିଲା ଏବଂ ସବୁବେଳେ ମାଆଙ୍କ ସହ ଝଗଡା ଲାଗିରହୁଥିଲା ।ଆଜି ସକାଳେ ଘରର ଉପର ମହଲାରେ ମାଆ-ପୁଅଙ୍କ ଭିତରେ ପ୍ରବଳ ଝଗଡା ଲାଗିଥିଲା । ଫଳରେ ଉତ୍ୟକ୍ତ ପୁଅ ଅତି ବୀଭତ୍ସ ଭାବେ ମାଆଙ୍କୁ ହାଣି ହତ୍ୟା କରିଥିଲା । ପାଟିତୁଣ୍ଡ ଶୁଣି ପରେଶ କୁମାରୀଙ୍କ ଝିଅ ପୋଲିସକୁ ଖବର ଦେଇଥିଲେ ।

ମାଆକୁ ହତ୍ୟା କରି ପୁଅ ଫେରାର ହୋଇ ଯାଉଥିବାବେଳେ କାବୁ କରିଛି ବିଡାନାସି ପୋଲିସ । ତାଙ୍କୁ ଅଟକ ରଖି ପଚରା ଉଚରା ଚଳାଇଥିବାବେଳେ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରି ସାଇଂଟିଫିକ ଟିମ୍ ।

ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ଏସସିବି ମେଡିକାଲକୁ ପଠା ଯାଇଛି ।

 

Comments are closed, but trackbacks and pingbacks are open.