Latest Odisha News

BREAKING NEWS

କମନ ଓ୍ୱେଲଥ ଗେମ୍ସ ଭିଲେଜ ହେଲା କୋଭିଡ୍ କେୟାର୍ ସେଣ୍ଟର

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଲଗାତାର ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅଧିକ ବେଡ୍ ଆବଶ୍ୟକ ଥିବା ବେଳେ କମନ୍ ଓ୍ୱେଲଥ ଗେମ୍ସ ଭିଲେଜକୁ ହାଇଟେକ୍ କୋଭିଡ କେୟାର ସେଣ୍ଟରରେ ପରିଣତ କରିଛନ୍ତି ଦିଲ୍ଲୀ ସରକାର । ପାଞ୍ଚ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ପ୍ରସ୍ତୁତ କରାଯାଇଛି । ସେଠାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ୍ ।

କମନ୍ ଓ୍ୱେଲଥ ଗେମ୍ସ ଭିଲେଜରେ ନିର୍ମିତ କୋଭିଡ୍ କେୟାର ସେଣ୍ଟରରେ ମହିଳା ଓ ପୁରୁଷଙ୍କ ପାଇଁ ଅଲଗା ଅଲଗା ଓ୍ୱାର୍ଡ ରହିଛି । କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସଙ୍କ ରହିବା ପାଇଁ ବି ଏଠାରେ ବ୍ୟବସ୍ଥା ହୋଇଛି । ଏଲଏନଜିପି ହସ୍ପିଟାଲ ସହ କମନ ଓ୍ୱେଲଥ ଗେମ୍ସରେ ନିର୍ମିତ କୋଭିଡ୍ କେୟାର ସେଣ୍ଟକୁ ଯୋଡ଼ାଯିବ ବୋଲି କେଜରିଓ୍ୱାଲ କହିଛନ୍ତି ।

ଡକ୍ଚର ଫର ୟୁ ସଂସ୍ଥାକୁ କମନ୍ ଓ୍ୱେଲଥ ଗେମ୍ସ କୋଭିଡ୍ କେୟାର ସେଣ୍ଟର ଦାୟିତ୍ୱ ଦିଆଯାଇଛି । ସଂକଟାପନ୍ନ ରୋଗୀଙ୍କ ପାଇଁ ରହିଛି ଅଲଗା କ୍ୟାବିନ । ସିସିଟିଭି ନଜରରେ ରହିବ ସମ୍ପୂର୍ଣ୍ଣ କୋଭିଡ୍ କେୟାର ସେଣ୍ଟର ।

Leave A Reply

Your email address will not be published.