ପୋଲସରା: ଗଂଜାମ ଜିଲ୍ଲା ପୋଲସରାରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ପଜେଟିଭଙ୍କ ସଂଖ୍ୟା । ପୋଲସରା ଅଞ୍ଚଳରେ ୩ ଜଣ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ପ୍ରକାଶ ପାଇଛି । ଏଭଳି ସ୍ଥିତିକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପୋଲସରା ଗସ୍ତରେ ଆସିଥିଲେ। ଅମାନିଆଙ୍କ ପାଇଁ ଆହୁରି କଟକଣା କଡାକଡି କରିଛନ୍ତି ଜିଲ୍ଲାପାଳ । ବିଭିନ୍ନ ଦିଗ ପ୍ରତି ଆଙ୍କୁଶ ଲଗାଇବା ସହ ଜାଣିଶୁଣି ଆଇନ୍ ଉଲଘଂନ କରୁଥିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କରୋନା ମହାମାରୀର ଏହି ବିପତ୍ତି ସମୟରେ ସ୍ଥାନୀୟ ପ୍ରଶାସନର ବିନା ଅନୁମତିରେ ବାହାଘର ଭୋଜିଭାତ କୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ ବାହାଘର କରାଉଥିବା ସଂପୃକ୍ତ ବ୍ରାହ୍ମଣ ମଧ୍ୟ ବନ୍ଧାହୋଇ ଜେଲ ଯିବେ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସ୍ପଷ୍ଟ ସୂଚନା ଦେଇଛନ୍ତି ।
BREAKING NEWS
- ଆସାମରେ ଭୟଙ୍କର ସଡ଼କ ଦୁର୍ଘଟଣା; ୨୬ ମୃତ, ଅନେକ ଆହତ
- ନଭେମ୍ବର ୧୬ରୁ ମୋଦୀଙ୍କ ୨ ଦିନିଆ ଫିଲିପାଇନ୍ସ ଗସ୍ତ, ୨୩ତମ ଆସିଆନ୍-ଭାରତ ଶିଖର ସମ୍ମିଳନୀରେ ହେବେ ସାମିଲ
- ତେଲେଙ୍ଗାନାରେ ବିସିସିଆଇ ଅଣ୍ଡର-୧୯ ମହିଳା କ୍ରିକେଟରଙ୍କ ଆତ୍ମହତ୍ୟା
- ୨୦ଲକ୍ଷର ବ୍ରାଉନସୁଗର ଜବତ;ବନ୍ଧା ହେଲେ ୨
- କୁଡୁମୀ ସମାଜର କଳା, ସଂସ୍କୃତିର ସଂରକ୍ଷଣ ଓ କୃଷକ କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀ
- ଗଞ୍ଜାମରେ ଏହି ଦୁଇ ଦିନ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍
- ମାର୍ଚ୍ଚ ୧୨ରୁ ମାଟ୍ରିକ ପରୀକ୍ଷା, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ
- Militants Open Fire On Vehicles:ଦୁଇ କାର୍ ଉପରେ ଉଗ୍ରବାଦୀଙ୍କ ଗୁଳିଚାଳନା; ଦୁଇ ମହିଳାଙ୍କ ସମେତ ୪ ମୃତ
- ଏସିଆ ରଗବୀ ଏମିରେଟ୍ସ ଅଣ୍ଡର ୨୦ ସେଭେନ୍ସ: କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚିତ ହେଲା ଟ୍ରଫି
- ସଚିନଙ୍କ ଅଲୋଡ଼ା ରେକର୍ଡର ବରାବର କଲେ କୋହଲି, ରୋହିତ ମଧ୍ୟ ପଛରେ ନାହାନ୍ତି
Comments are closed.