Latest Odisha News

BREAKING NEWS

ଉଚ୍ଚ ଶିକ୍ଷାନୁଷ୍ଠାନରେ ବଢ଼ିବ ମାନବ ସମ୍ବଳ, ଅତିରିକ୍ତ ଭାବେ ୧୬ ହଜାର ଶିକ୍ଷକଙ୍କୁ ହେବେ ନିଯୁକ୍ତି

ଭୁବନେଶ୍ୱର: ପାଠପଢ଼ା ଗୁଣାତ୍ମକ, ସୁନିଶ୍ଚିତ କରିବା ଲାଗି ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ବଢ଼ାଯିବ। ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନିଆଯାଉଛି ବିଭିନ୍ନ ପଦକ୍ଷେପ। କଲେଜ, ବିଶ୍ୱବିଦ୍ୟାଳୟରେ ପାଠପଢ଼ାକୁ ଗୁଣାତ୍ମକ କରାଯିବ। ଶିକ୍ଷକ-ଛାତ୍ର ଅନୁପାତ ସବୁ ସମୟରେ ଯେପରି ଠିକ୍‌ ରହିବ ତାକୁ ଦୃଷ୍ଟି ଦିଆଯିବ। ଏଥିଲାଗି ଅତିରିକ୍ତ ଭାବେ ୧୬ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ।

ବିଶ୍ୱବିଦ୍ୟାଳୟ ଅଧ୍ୟାପକମାନେ ଯେପରି ପିଏଚ୍‌ଡି କରିବେ ତାକୁ ବାଧ୍ୟତାମୂଳକ କରାଯିବ। ଓଡ଼ିଶା ଭିଜନ୍‌ ୨୦୩୬ ଓ ୨୦୪୭ରେ ଏପରି ଯୋଜନା କରାଯାଇଛି। ଜାତୀୟ ଶିକ୍ଷାନୀତି ୨୦୨୦ ଶିକ୍ଷକ-ଛାତ୍ର ଅନୁପାତକୁ ଗୁରୁତ୍ୱ ଦେଉଛି। ଯାହାକୁ ଆଧାର କରି ସରକାର ଶିକ୍ଷକ ନିଯୁକ୍ତିକୁ ଗୁରୁତ୍ୱ ଦେଉଛନ୍ତି। ୨୦୩୬ ସୁଦ୍ଧା ରାଜ୍ୟରେ ଅତିରିକ୍ତ ୧୬ ହଜାର ଅଧ୍ୟାପକ ନିଯୁକ୍ତି ଦିଆଯିବ। କେବଳ ନିଯୁକ୍ତି ଦିଆଯିବନି ଗୁଣାତ୍ମକ ପାଠପଢ଼ା ପାଇଁ ଶିକ୍ଷାଦାନ ଢାଞ୍ଚାରେ ପରିବର୍ତ୍ତନ କରାଯିବ।

ଅଧ୍ୟାପକଙ୍କ ତାଲିମ ଓ ପ୍ରଶିକ୍ଷଣଙ୍କୁ ସୁଦୃଢ଼ କରାଯିବ। ୨୦୨୯ ସୁଦ୍ଧା ରାଜ୍ୟରେ ଓଡ଼ିଶା ଉଚ୍ଚଶିକ୍ଷା ଶିକ୍ଷକ ତାଲିମ ପ୍ରତିଷ୍ଠାନ (ଓଏଚ୍‌ଟିଟିଆଇ) ପ୍ରତିଷ୍ଠା କରାଯିବ। ଏଥିରେ ରାଜ୍ୟର କଳା, ସଂସ୍କୃତି ରହିବ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଶିଷ୍ଟ ଅଧ୍ୟାପକମାନେ ଆସି ତାଲିମ ପ୍ରଦାନ କରିବେ। କେବଳ ଏତିକି ନୁହେଁ ଅଧ୍ୟାପକଙ୍କ ଶୈକ୍ଷିକ ବିବରଣୀ ରଖାଯିବ। ଏଥିସହ ଅଧ୍ୟାପକ ନିଯୁକ୍ତି ପାଇଁ କଷ୍ଟମ୍‌ ପ୍ରୋଗ୍ରାମକୁ ବିକଶିତ କରାଯିବ। ଏଥିରେ ଗୁଣାତ୍ମକ ଶିକ୍ଷାଦାନ ପାଇଁ ଆବଶ୍ୟକ ହେଲେ ବାହାର ରାଜ୍ୟର ଅଭିଜ୍ଞ ଅଧ୍ୟାପକଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବ। ଏଥିପାଇଁ ସେମାନେ ନେଉଥିବା ପାରିଶ୍ରମିକରେ କୌଣସି କଟକଣା ରଖାଯିବ ନାହିଁ।

Comments are closed.