Latest Odisha News

BREAKING NEWS

ଅନୁଗୁଳ ଓ ସୁବର୍ଣ୍ଣପୁରରରେ ରେକର୍ଡ ଭାଙ୍ଗିଲା ବର୍ଷା, କେଉଁଠି କେତେ ବର୍ଷିଛି ?

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ବର୍ଷା ବିତ୍ପାତ ଆଣିଛି । ଅବିରତ ବର୍ଷାରେ ସାରା ରାଜ୍ୟ ହନ୍ତସନ୍ତ ହୋଇଛି । ଚଳିତ ଲଘୁଚାପ ପ୍ରଭାବରେ ମୋଟ ୪୧ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ଅନୁଗୁଳ ଓ ସୁବର୍ଣ୍ଣପୁରରରେ ରେକର୍ଡ ଭାଙ୍ଗିଛି ବର୍ଷା । ଅନୁଗୁଳ ଜିଲ୍ଲାର ତାଳଚେରରେ ସର୍ବାଧିକ ୩୯୪ ମି.ମି. ଓ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରରେ ୩୭୨ ମି.ମି. ବର୍ଷା ରେକର୍ଡ ହୋଇଛି ।

ରାଜ୍ୟର ୧୬ଟି ସ୍ଥାନରେ ୨୦୦ ମି.ମି.ରୁ ୩୯୪ ମି.ମି. ଯାଏ ବର୍ଷିଛି । ସେହିପରି ୨୨ଟି ସ୍ଥାନରେ ୧୪୦ରୁ ୨୦୦ ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି । ସୋନପୁରରେ ୨୮୨ ମି.ମି, ବୌଦ୍ଧରେ ୨୬୨ ମି.ମି. ବର୍ଷା ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ୨୫୧ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ପ୍ରବଳ ବର୍ଷା ସମ୍ଭାବନା ନେଇ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, ଦେବଗଡ଼, ସମ୍ବଲପୁର, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, କେନ୍ଦୁଝରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟର ସବୁ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଅବପାତ ପ୍ରଭାବରେ କାଲି ଯାଏ ରାଜ୍ୟରେ ବର୍ଷା ଜାରି ରହିବ ।

Leave A Reply

Your email address will not be published.