Latest Odisha News

BREAKING NEWS

କାୟା ମେଲାଉଛି କରୋନା: ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ ୩୮ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ, ୫୪୩ ମୃତ

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେବାରେ ଲାଗିଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୩୮୯୦୨ ଜଣ ସଂକ୍ରମିତ ହୋଇଥିବା ବେଳେ ୫୪୩ ଜଣ ପ୍ରାଣ ହରାଇଛନ୍ତି ।

ଦେଖୁ ଦେଖୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୦,୭୭,୬୧୮ ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ।

ଏଯାବତ୍ କରୋନାରେ ସଂକ୍ରମିତ ହୋଇ ୩,୭୩,୩୭୯ ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ ୨୬,୮୧୬ ଜଣ ପ୍ରାଣ ହରାଇଛନ୍ତି । ୬,୭୭,୪୨୩ ହଜାର ଜଣ ଚିକିତ୍ସିତ ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।

ଅନ୍ୟପଟେ ଦେଶରେ କରୋନାର ହଟସ୍ପଟ ପାଲଟିଛି ମହାରାଷ୍ଟ୍ର । ସବୁଠୁ ଅଧିକ ସଂକ୍ରମିତ ରାଜ୍ୟ । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯୩୭କୁ ବୃଦ୍ଧି ପାଇଛି ।

ସେହିପରି ସଂକ୍ରମିତ ସଂଖ୍ୟାରେ ତୃତୀୟ ସ୍ଥାନରେ ପହଞ୍ଚିଛି ଭାରତ । ଭାରତ ଉପରକୁ ଦ୍ଵିତୀୟ ସ୍ଥାନରେ ରାହିଛି ବ୍ରାଜିଲ ଓ ପ୍ରଥମ ସ୍ଥାନରେ ରାହିଛି ଆମେରିକା ।

Leave A Reply

Your email address will not be published.