Latest Odisha News

BREAKING NEWS

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଘର ମାଲିକଙ୍କୁ ଜେରା, କ୍ଲୋଜ ଫ୍ରେଣ୍ଡକୁ ନୋଟିସ୍‌

ଭୁବନେଶ୍ୱର: ସାମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଏବେବି ଜାରି ରହିଛି ସସ୍‌ପେନ୍ସ । ଦିନକୁ ଦିନ ଜଟିଳ ହେବାରେ ଲାଗିଛି ମୃତ୍ୟୁ ମାମଲା । ଏହାରି ଭିତରେ ଆଜି ଜିଆର୍‌ପି ପୋଲିସ ଆଦିତ୍ୟ ଯେଉଁ ଘରେ ରହୁଥିଲେ ତାର ମାଲିକଙ୍କୁ ଜେରା କରିଛି । କେବେଠୁ ଭଡା ରେ ଥିଲେ, କେବେ ଝଗଡା ହୋଇଥିଲା କି । ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ କିଭଳି ଥିଲା ବୋଲି ପୋଲିସ ନା ନା ପ୍ରଶ୍ନ କରିଛି।

ଅନ୍ୟପଟେ ଆଦିତ୍ୟଙ୍କ ବାଳକାଟିରେ ଥିବା SBI account ଓ କଳିଙ୍ଗ ବିହାର ୟୁନିୟନ ବ୍ୟାଙ୍କ ଆକାଉଣ୍ଟ ର ଖୋଲତାଡ଼ ମଧ୍ୟ କରିଛି ଜିଆର୍‌ପି । ବଲାଙ୍ଗିରରେ ଥିବା ଆଦିତ୍ୟର କ୍ଲୋଜ ଫ୍ରେଣ୍ଡ ବିଶ୍ୱ ମୋହନ ଭୋଇକୁ ଥାନାରେ ହାଜର ପାଇଁ ନୋଟିସ କରିଛି ଜିଆରପି । ଏବେ ସୁଦ୍ଧା ଆଦିତ୍ୟର ସାଙ୍ଗ ପପୁ, ବିକାଶ କୁ ଜେରା ସରିଛି । ଆଗକୁ ଆଦିତ୍ୟ ସ୍ତ୍ରୀ ଙ୍କୁ ଜେରା କରିବ ପୋଲିସ । ମୃତ୍ୟୁ ପୂର୍ବରୁ ଆଦିତ୍ୟ ଏକ ଅଜଣା ନମ୍ବରକୁ କଲ୍ କରି କଥା ହୋଇଥିଲେ । ୭ଟା ୧୪ରେ ଶେଷ ଫେସ୍‌ବୁକ୍ ପୋଷ୍ଟ ମଧ୍ୟ କରିଥିଲେ ।

Leave A Reply

Your email address will not be published.