କଟକ: କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣା ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା। ପିସିଆର୍ ଭ୍ୟାନ ଉପରେ ଚଢ଼ିଗଲା ହାଇୱା। ଦୁର୍ଘଟଣାରେ ଦୁଇ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ଜଣେ ଗୁରୁତର ଅଛନ୍ତି।
ମୃତକଙ୍କ ମଧ୍ୟରେ ଜଣେ ହୋମଗାର୍ଡ ଓ ଅନ୍ୟଜଣେ କନେଷ୍ଟବଳ ଥିବା ନେଇ ସୂଚନା ମିଳିଛି। ଗୁରୁତର ପୋଲିସ କର୍ମଚାରୀଙ୍କୁ SCBରେ ଭର୍ତ୍ତି କରାଯାଇଛି। ପିସିଆର ଗାଡିଟି CRRI ଥାନାରେ ନିୟୋଜିତ ଥିଲା। ଟ୍ରକ୍ ଡ୍ରାଇଭରକୁ ଅଟକ ରଖି ପୋଲିସ ଛାନଭିନ୍ କରୁଛି।
Comments are closed.