Latest Odisha News

ତାଲିବାନ ପ୍ରଭାବ… ୨୪ ଘଂଟାରେ ଗଣମାଧ୍ୟମ ପ୍ରତିନିଧିଙ୍କ ବଦଳିଗଲା ଶୈଳୀ

କାବୁଲ: ଆଫଗାନିସ୍ତାନ ହାତମୁଠାକୁ ନେବା ପରେ ଦେଶରେ ଧିରେ ଧିରେ ତାଲିବାନ ପ୍ରଭାବ ଦେଖିବାକୁ ମିଳିଛି । ଅଗଷ୍ଟ ୧୫ରେ ସିଏନଏନ ଚିଫ ଇଂଟରନାଶନାଲ ରିପୋର୍ଟର କ୍ଲେରିସା ୱାର୍ଡ ଆଧୁନିକ ପୋଷାକରେ ରିପୋର୍ଟିଂ କରୁଥିଲେ । ତେବେ ୧୬ ତାରିଖ ପରଠାରୁ ସେ ସମ୍ପୂର୍ଣ୍ଣ ମୁସଲମାନ ଶୈଳୀ ବୁରଖା ପିନ୍ଧି ରିପୋର୍ଟିଂ କରୁଥିବା ଫଟୋ ଏବେ ଭାଇରାଲ ହୋଇଛି ।

ଆମେରିକା ଏବଂ ଏହାର ବାସିନ୍ଦାଙ୍କ ଉପରେ ରାଗ ଶୁଝାଉଥିବା ତାଲିବାନ କିନ୍ତୁ ଏଥର ପୂର୍ବ ଭଳି ହିଂସାତ୍ମକ ପନ୍ଥା ଅବଲମ୍ବନ କରୁ ନାହିଁ ବୋଲି କ୍ଲେରିସା କହିଛନ୍ତି । ରିପୋର୍ଟ ମୁତାବକ ତାଲିବାନ ସରକାରୀ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟରେ ଯୋଗ ଦେବା ପାଇଁ ଡକାଇଛି ।

Leave A Reply

Your email address will not be published.