Latest Odisha News

BREAKING NEWS

ଭୁବନେଶ୍ୱରରେ ପହଞ୍ଚିଲା ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍

ଭୁବନେଶ୍ୱର: ଓଡ଼ିଶାରେ ଅଲିମ୍ପିକ୍ସ ବିଜେତା ଭାରତୀୟ ହକି ଟିମ୍ । ମହିଳା ଟିମ୍ ବି ଆସିଛି । ଭୁବନେଶ୍ୱରରେ ଉଭୟ ଟିମ୍ ପହଞ୍ଚି ସାରିଛନ୍ତି । ବିମାନବନ୍ଦରରେ ଭଯ ପୁରୁଷ ଓ ମହିଳା ଟିମ୍ ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସେମାନଙ୍କୁ ସ୍ୱାଗତ କରିଥିଲେ । ଏହାପରେ କଡ଼ା ସୁରକ୍ଷାରେ ଦୁଇଟି ସ୍ୱତନ୍ତ୍ର ବସ୍ ଯୋଗେ ଖେଳାଳି ହୋଟେଲକୁ ଯାଇଛନ୍ତି ।

BjdElectrycity

ଅପରାହ୍ଣ ୩ଟାରେ ଉଭୟ ଦଳର ଖେଳାଳି ସାମ୍ବାଦିକ ସମ୍ମିଳନୀରେ ସାମିଲ ହେବେ । ଏହାପରେ ସେମାନେ ଯିବେ କଳିଙ୍ଗ ଷ୍ଟାଡିୟମ । ସେଠାରେ ଖେଳାଳିଙ୍କ ସହ ଫଟୋ ସେସନରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଧ୍ୟା ସାଢ଼େ ୬ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ପୁରୁଷ ଓ ମହିଳା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ।

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଚ ମେଡାଲ୍ ଜିତିଛି । ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ହାତେଇଛି ଭାରତୀୟ ହକି ଟିମ୍ । ସେହିପରି ମହିଳା ଟିମ୍ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ ବି ଭଲ ପ୍ରଦର୍ଶନ ସହ ଦେଶବାସୀଙ୍କ ହୃଦୟ ଜିତିଛନ୍ତି । ବ୍ରୋଞ୍ଚ ମେଡାଲ୍ ମ୍ୟାଚ୍ ହାରି ଚତୁର୍ଥ ସ୍ଥାନରେ ରହିଥିଲା ଭାରତୀୟ ମହିଳା ହକି ଟିମ୍ । ଓଡ଼ିଶା ଏବେ ଭାରତୀୟ ହକିର ପ୍ରାୟୋଜକ ରହିଛି ।

Leave A Reply

Your email address will not be published.