Latest Odisha News

ସାର୍‌, ବଡ ବ୍ଲଣ୍ଡର ହୋଇଗଲା !

ପାଟଣା: ଭାରତ ବନ୍ଦ ବେଳେ ବିହାର ରାଜଧାନୀ ପାଟଣାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରୁଥିବା ଜଣେ ଏସଡିଏମ ଖାଇଛନ୍ତି ପୋଲିସ ଲାଠି । ଗୋଟିଏ ପରେ ଗୋଟିଏ ଲାଠି ପାହାର ଖାଇବା ପରେ ଜଣା ପଡିଥିଲା ଯେ, ଲାଠି ମାଡ ଖାଇଥିବା ବ୍ୟକ୍ତି ହେଉଛନ୍ତି ଜଣେ ପ୍ରଶାସନିକ ଅଧିକାରୀ । କେତେ ଯେ ବଡ ବ୍ଲଣ୍ଡର କରିଦେଲା ପୋଲିସ ।

ପୋଲିସ-ପ୍ରଶାସନ ଅସହଜ ସ୍ଥିତି-

ପାଟଣାରେ ଭାରତ ବନ୍ଦ ର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ସହରର ଏକ ମୁଖ୍ୟ ରାସ୍ତାରେ ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ ପାଇଁ ପହଂଚିଥିଲେ ଏସଡିଏମ୍ । ଆନ୍ଦୋଳନକାରୀଙ୍କୁ ଘଉଡାଇବା ପାଇଁ ପୋଲିସ ଲାଠି ଚାର୍ଜ କରିଥିଲା । ଏସଡିଏମଙ୍କୁ ଚିହ୍ନି ନ ପାରି ତାଙ୍କ ଉପରେ ବି ଲାଠି ବର୍ଷା କରିଥିଲେ କିଛି ପୋଲିସ କର୍ମଚାରୀ । ବଡ ଅଭାବନୀୟ ସ୍ଥିତି । ଏସଡିଏମଙ୍କ ଉପରେ ଲାଠି ମାଡ ହେଉଥିବା ଦେଖି ଜଣେ ସିନିଅର ପୋଲିସ ଅଫିସର ତୁରନ୍ତ ପୋଲିସ କର୍ମଚାରୀଙ୍କୁ ରୋକିଥିଲେ । ଘଟଣାରେ ବେଶ୍ ଉତ୍ତ୍ୟକ୍ତ ହୋଇପଡିଥିଲେ ଏସଡିଏମ ଶ୍ରୀକାନ୍ତ କୁଣ୍ଡଲୀ । ଏସଡିଏମଙ୍କୁ କ୍ଷମା ମାଗିଥିଲେ ଲାଠି ମାରିଥିବା ପୋଲିସକର୍ମୀ । ସିନିଅର ପୋଲିସ ଅଧିକାରୀ ମଧ୍ୟ କ୍ଷମା ମାଗିଥିଲେ । ସାର୍ ବ୍ଲଣ୍ଡର୍ ହୋଇଗଲା । ଏହି ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଜେନେରେଟର ବନ୍ଦ କରୁଥିଲେ ଏସଡିଏମ-

ଭାରତ ବନ୍ଦ ବେଳେ ପାଟଣାର ଡାକ ବଙ୍ଗଳା ଛକରେ କିଛି ଆନ୍ଦୋଳନକାରୀ ଅଶାନ୍ତି ସୃଷ୍ଟି କରି ଡିଜେ ଓ ଠେଲାଗାଡି ସହ ପଂହଚିଥିଲେ । ସେମାନଙ୍କୁ ରୋକିବା ପାଇଁ ପୋଲିସକୁ ଲାଠିଚାଳନା କରିବାକୁ ପଡିଥିଲା । ଭିଡ ମଧ୍ୟରେ ଏସଡିଏମ ଶ୍ରୀକାନ୍ତ କୁଣ୍ଡଲୀ ଏକ ଠେଲାଗାଡିରେ ଥିବା ଜେନେରେଟର ବନ୍ଦ ପାଇଁ ନିର୍ଦ୍ଦେଶ ଦେଉଥିଲେ । ସେତେବେଳେ କିଛି ପୋଲିସ କର୍ମୀ ଆଗପଛ ନ ଭାବି ତାଙ୍କ ଉପରେ ଲାଠି ବର୍ଷାଇଥିଲେ । ଭାଇରାଲ ଭିଡିଓରେ ଏସଡିଏମ ଜଣକ ଧଳାସାର୍ଟ ପିନ୍ଧିଛନ୍ତି । ପୋଲିସକର୍ମୀମାନେ ଏସଡିଏମଙ୍କୁ ଆନ୍ଦୋଳନକାରୀ ବୋଲି ଭାବି ଲାଠି ଚଳାଇଥିଲେ । ଭିଡିଓରେ ପୋଲିସକର୍ମୀମାନେ ଏସଡିଏମଙ୍କୁ କ୍ଷମା ମାଗିବା ସହ ଦୁଃଖ ପ୍ରକାଶ କରୁଥିବା ଦେଖାଯାଇଛି ।

ଭାରତ ବନ୍ଦ ବେଳେ ଏହି ଘଟଣା ମନୋରଞ୍ଜନର ଖୋରାକ୍ ଯୋଗାଇଛି ।

Comments are closed.