Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଆଶ୍ୱିନ ମାସର ପର୍ବପର୍ବାଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଆମେ ତିନୋଟି ଧାରାର ବୈଶିଷ୍ଠ ଦେଖିବାକୁ ପାଉ। ବୈଷ୍ଣବ ଧାରା, ଶୈବ ଧାରା ଓ ଶାକ୍ତ ଧାରା। ଏହି ମଧ୍ୟରେ ଆଶ୍ୱିନ ମାସଟି ଶାକ୍ତ ଧାରାର ପରିପନ୍ଥୀ ଅଟେ। କାରଣ ଏହି ମାସରେ କ୍ଷେତ୍ରେଶ୍ୱରୀ ମା’ ବିମଳାଙ୍କ ଷୋଡଶ ପୂଜା ଆରମ୍ଭ ହୋଇଥାଏ। ଆସନ୍ତୁ ଜାଣିବା ତିଥି ଅନୁସାରେ ପ୍ରତ୍ୟେକ ପର୍ବପର୍ବାଣୀ ବିଷୟରେ।

ସହସ୍ର କୁମ୍ଭ ଅଭିଷେକ :- ଅଶ୍ୱିନ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥିରେ ମା’ ବିମଳାଙ୍କ ଷୋଡଶ ପୂଜା ଆରମ୍ଭ ପୂର୍ବରୁ ସହସ୍ର କୁମ୍ଭାଭିଷେକ ହୋଇଥାଏ ଓ ଅଷ୍ଟମୀଠାରୁ ଷୋଡଶ ପୂଜା ଆରମ୍ଭ ହୋଇଥାଏ।

ଦ୍ଵିତୀୟା ଓଷା :- ଅଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଏହି ଓଷା ପାଳିତ ହୋଇଥାଏ। ଓଡ଼ିଶାର ଗ୍ରାମୀଣ ଇଲାକାରେ ଏହି ଓଷା ବିଶେଷ ପ୍ରାଧାନ୍ୟ ରଖିଥାଏ।

ଦଶହରା ବିଜୟା ଦଶମୀ ଓ ଆୟୁଧ ପୂଜା :- ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଏହି ଗଣ ପର୍ବଟି ସାରା ଭାରତରେ ପାଳିତ ହୋଇଥାଏ। ବିଶେଶତଃ ପଶ୍ଚିମ ବଙ୍ଗର ଏହା ମୂଖ୍ୟ ପର୍ବ ଭାବେ ବିବେଚିତ ହୋଇଥାଏ। ଆମର ଅନେକ ସ୍ଥାନରେ ରାବଣ ପୋଡି ସହ ପ୍ରଭୁ ଶ୍ରୀରାମଙ୍କ ବିଜୟ ଉତ୍ସବ ବିଜୟା ଦଶମୀ ଭାବେ ପାଳିତ ହୋଇଥାଏ। ଘରେ ଘରେ ଆୟୁଧ ପୂଜା ସହ ବହି କଲମ ଲେଖନୀ ପୋଥି ପୂଜା ମଧ୍ୟ ହୋଇଥlଏ।

ରାଧା ଦାମୋଦର ବେଶ :- ଆଶ୍ୱିନ
ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରୁ ଆରମ୍ଭ ହୋଇ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ରାଧା ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ।

କୁମାର ପୂର୍ଣ୍ଣିମା ଓ ଦ୍ୟୁତ କ୍ରୀଡା :- ଆଶ୍ୱିନ ମାସ ପୁର୍ଣିମା ତିଥିରେ ସାରା ଓଡ଼ିଶାରେ କୁମାର ଉତ୍ସବ ବା କୁମାର ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଏହି ଦିନ ମା ଲଷ୍ମୀଙ୍କ ସହ ପ୍ରଭୁ ଦ୍ୟୁତ କ୍ରୀଡା କରିଥାନ୍ତି। କୁହାଯାଏ ଏହି କ୍ରୀଡାରେ ପ୍ରଭୁ ଶ୍ରୀଜଗନ୍ନାଥ ମା ଲଷ୍ମୀଙ୍କଠାରୁ ହାରି ତାଙ୍କ ପାଖରେ ବନ୍ଧା ପଡନ୍ତି।

ଏହା ପରେ ଆରମ୍ଭ ହୋଇଥାଏ ପବିତ୍ର ମାସ କାର୍ତ୍ତିକ । ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୁଏ ହବିିଷିଆଳିମାନଙ୍କ ଉପସ୍ଥିତିରେ। ଆଗାମୀ ଅଧ୍ୟାୟରେ ଜାଣିବା ସେ ବିଷୟରେ, ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ ।

ହୃଦେ ଗୋବିନ୍ଦ ପାଦ ଧ୍ୟାୟି
ନୟନ ବୁଜି ଯେବେ ଧାଇଁ।
ପଥ ନଜାଣି ଯେବେ ହୁଡେ
ସେ ପ୍ରାଣୀ କେବେହେଁ ନପଡେ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.