ନୂଆଦିଲ୍ଲୀ: ଏମ୍ସରେ ଭର୍ତ୍ତି ହେଲେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁକ୍ଖୁ । ତାଙ୍କୁ ନୂଆଦିଲ୍ଲସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ଶିମଳାସ୍ଥିତ ଇନ୍ଦିରା ଗାନ୍ଧି ମେଡିକାଲ ଏବଂ ହସ୍ପିଟାଲରେ ତାଙ୍କର ପ୍ରଥମେ ଚିକିତ୍ସା ଚାଲିଥିଲା । ପରେ ଦିଲ୍ଲୀ ଏମ୍ସକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି । ସେ ଅଗ୍ନାଶୟ ବା Pancreatis ରୋଗରେ ପୀଡିତ ଅଛନ୍ତି । ଚିକିତ୍ସା ପରେ ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।
ଶୁକ୍ରବାର ସକାଳ ପ୍ରାୟ ୯ଟାରେ ତାଙ୍କୁ ହେଲିକପ୍ଟର ଜରିଆରେ ଦିଲ୍ଲୀ ନିଆଯାଇଥିଲା ।ସେଠାରେ ତାଙ୍କର ବିଭିନ୍ନ ପରୀକ୍ଷା ନିରୀକ୍ଷା ଚାଲିଛି । ଏ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସୂତ୍ରରୁ ସ୍ପଷ୍ଟ କରାଯାଇଛି ।
ସୂଚନାଥାଉ କି,ମୁଖ୍ୟମନ୍ତ୍ରୀ ସୁଖବିନ୍ଦରଙ୍କ ପେଟ ଇନଫେକ୍ସନ କାରଣରୁ ଯନ୍ତ୍ରଣା ହୋଇଥିଲା । ବୁଧବାର ରାତି ୧୨ଟାରେ ଏହି ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଗୁରୁବାର ସକାଳେ ତାଙ୍କୁ ଶିମଳାସ୍ଥିତ ଇନ୍ଦିରା ଗାନ୍ଧି ମେଡିକାଲ ଏବଂ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ପରାମର୍ଶଦାତା ନରେଶ ଚୌହାଣଙ୍କ କହିବା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଦୁଇ ଦିନ ଧରି କୁଲ୍ଲୁ, ମଣ୍ଡି ଏବଂ ବିଳାସରପୁର ଯାତ୍ରାରେ ଯାଇଥିଲେ । ଏହି କାରଣରୁ ତାଙ୍କ ପେଟ ଇନଫେକ୍ସନ ହୋଇଛି । ଖୁବ ଶୀଘ୍ର ଠିକ ହୋଇଯିବେ ।
BREAKING NEWS
- ଗଜପତିରେ ଭୂସ୍ଖଳନ, ଯୋଗାଯୋଗରୁ ବିଚ୍ଛିନ୍ନ ହେଲା ଅନେକ ଗାଁ
- ପଶ୍ଚିମ ଏସିଆ ସଂଘର୍ଷ, ୨୨ ଭାରତୀୟଙ୍କ ମୃତ୍ୟୁ: ବୈଦେଶିକ ମନ୍ତ୍ରାଳୟ
- ଆଗ୍ରା MLC ନିର୍ବାଚନ: ଶିକ୍ଷକ ସୀଟ୍ରେ ‘ସପା’ର କବ୍ଜା, ସ୍ନାତକ ଆସନରେ ବିଜେପିର ବାଜିମାତ
- ଦକ୍ଷିଣ ଆଣ୍ଡାମାନ ସାଗରରେ ଆଜି ହୋଇପାରେ ଲଘୁଚାପ
- ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ; ଓଡ଼ିଶାର ଅନେକ ଜିଲ୍ଲାରେ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ
- ନାଗପୁର MLC ନିର୍ବାଚନ: RSS ଗଡ଼ରେ କଂଗ୍ରେସର ବାଜିମାତ
- ହିରୋ ପାଇଲଟ୍ ସ୍ମିତ ମଛାରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା ‘ଅର୍ଣ୍ଣବ
- ମାଗଣା ଶିକ୍ଷାଦାନ ଯୋଜନା; UG ଛାତ୍ରଛାତ୍ରୀଙ୍କୁ ୬୯ କୋଟି ଫେରାଇଲେ ସରକାର…
- କିଟ୍ ଓ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର ମଧ୍ୟରେ MoU ସ୍ଵାକ୍ଷରିତ

Comments are closed.