Latest Odisha News

BREAKING NEWS

ନଭେମ୍ବର ୧୨ରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଭୋଟ୍, ଡିସେମ୍ବର ୮ରେ ଗଣତି

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ନୂଆ ସରକାର ଲାଗି ନଭେମ୍ବର ୧୨ ତାରିଖରେ ଭୋଟ୍ ଗ୍ରହଣ ହେବ । ଗୋଟିଏ ପର୍ଯ୍ୟାୟରେ ହିମାଚଳ ପ୍ରଦେଶରେ ମତଦାନ ହେବ । ଡିସେମ୍ବର ୮ ତାରିଖରେ ଭୋଟ୍ ଗଣତି କରାଯିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ହିମାଚଳ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ ନିର୍ବାଚନ କମିଶନ ଗୁଜରାଟ ପାଇଁ ତାରିଖ ଘୋଷଣା କରି ନାହାଁନ୍ତି । ଆଶା କରାଯାଉଛି ବର୍ଷ ଶେଷ ଆଡ଼କୁ ଗୁଜରାଟରେ ହେବ ନିର୍ବାଚନ ।

୬୮ ଆସନ ବିଶିଷ୍ଟ ହିମାଚଳ ପ୍ରଦେଶ ବିଧାନସଭାରେ ସରକାର ଗଠନ ପାଇଁ ୩୫ ଜଣ ସଦସ୍ୟ ଆବଶ୍ୟକ । ଚଳିତ ସରକାରରେ ବିଜେପି ପାଖରେ ୪୪ଟି ଆସନ ଥିବାବେଳେ ୨୧ଟି କଂଗ୍ରେସ ପାଖରେ ରହିଛି । ଚଳିତ ସରକାରର କାର୍ଯ୍ୟକାଳ ଜାନୁଆରୀ ୮ ତାରିଖରେ ସରିବ । ସେହିଭଳି ଗୁଜରାଟ ସରକାରଙ୍କ କାର୍ଯ୍ୟକାଳ ୨୦୨୩ ଫେବ୍ରୁଆରୀ ୧୮ରେ ସରିବାକୁ ଯାଉଛି ।

୨୦୧୭ରେ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏବେ ହିମାଚଳକୁ ଅକ୍ତିଆର କରିବାକୁ ବିଜେପି, କଂଗ୍ରେସ ଆପ୍ ଗୋଟି ଚାଳନା କରୁଛି । ପଞ୍ଜାବ ପରେ ଆପର ମନୋବଳ ଦୃଢ଼ ଥିବାରୁ ହିମାଚଳରେ ତ୍ରିମୁଖୀ ଲଢ଼େଇ ଆଶା କରାଯାଉଛି । ହିମାଚଳରେ ପ୍ରାୟ ୫୫ ଲକ୍ଷ ଭୋଟର ରହିଥିବା ବେଳେ ଚଳିତ ଥର ୧.୮୬ ଲକ୍ଷ ଭୋଟର ପ୍ରଥମ ଥର ମତଦାନ କରିବେ ।

 

Leave A Reply

Your email address will not be published.