Latest Odisha News

ଏସିଆ କପ ଖେଳିବା ପାଇଁ ଭାରତୀୟ କ୍ରିକେଟ ଟିମ ଯାଇପାରେ ପାକିସ୍ତାନ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଏସିଆ କପ କ୍ରିକେଟ ଖେଳିବା ନେଇ ପାକିସ୍ତାନ ଗସ୍ତରେ ଭାରତୀୟ କ୍ରିକେଟ ଟିମ ଯିବା ସମ୍ଭାବନା ସୃଷ୍ଟି ହୋଇଛି । ଏଥିପାଇଁ ବିସିସିଆଇ ପ୍ରସ୍ତୁତ ଥିଲେ ମଧ୍ୟ ଶେଷ ନିଷ୍ପତି ଭାରତ ସରକାରଙ୍କ ରହିବ । ସରକାରଙ୍କ ମଂଜୁରୀ ମିଳିଲେ ୧୫ ବର୍ଷ ପରେ ପାକିସ୍ତାନ ଗସ୍ତରେ ଯିବ ଭାରତ । ଯାହାକୁ ନେଇ ପ୍ରଶଂସକମାନେ କିଛି ମାତ୍ରାରେ ଉତ୍ସାହିତ ଅଛନ୍ତି । ଚଳିତ ବର୍ଷ ଶେଷ ଭାଗରେ ଭାରତରେ ଦିନିକିଆ ବିଶ୍ୱକପ ଖେଳାଯିବ । ଏହା ପୂର୍ବରୁ ପାକିସ୍ତାନରେ ଏସିଆ କପ ଖେଳାଯିବ । ଦୀର୍ଘ ସମୟ ଧରି ଉଭୟ ଦେଶ ମଧ୍ୟରେ ଅଶାନ୍ତି ଲାଗି ରହିଛି । କୂଟନୈତିକ ଦୃଷ୍ଟିକୋଣରୁ ଭାରତ ଏହାକୁ ବୟକଟ କରିଛି ।

ଯଦି ପାକିସ୍ତାନ ଗସ୍ତରେ ଭାରତ ଯାଏ ତାହାହେଲେ ଉଭୟ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଘଟିବ ବୋଲି କ୍ରିକେଟପ୍ରେମୀ ଆଶା ବ୍ୟକ୍ତ କରିଛନ୍ତି । ଏସିଆ କପ ବ୍ୟତୀତ ପାକିସ୍ତାନରେ ୨୦୨୫ରେ ଚାମ୍ପିୟନ୍ସ ଟ୍ରଫି ଖେଳାଯିବ । ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ପରୋକ୍ଷରେ ଏ ନେଇ ଉଭୟ ଦେଶ ଉପରେ ଚାପ ପକାଇବା ଆରମ୍ଭ କରିଛି ।

Leave A Reply

Your email address will not be published.