Latest Odisha News

ବିଶ୍ୱ ଜଳବାୟୁ ସଙ୍କଟର ପ୍ରଭାବକୁ ମନ୍ଥର କରିବ ହିମାଳୟ ଗ୍ଲାସିୟର

ୱାଶିଂଟନ: ଦ୍ରୁତ ଗତିରେ ତରଳିବାରେ ଲାଗିଛି ହିମାଳୟର ଗ୍ଲାସିୟର । କିନ୍ତୁ ଏକ ନୂତନ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଉପସ୍ଥାପନ ହୋଇଛି। ଯେଉଁଥିରେ ଦର୍ଶାଯାଇଛି ଯେ ବିଶ୍ୱର ସର୍ବୋଚ୍ଚ ପର୍ବତମାଳାରେ ଗ୍ଲାସିୟର ତରଳିବା ବିଶ୍ୱ ଜଳବାୟୁ ସଙ୍କଟର ପ୍ରଭାବକୁ ମନ୍ଥର କରିବ। ଏନେଇ ନେଚର ଜିଓ ସାଇନ୍ସ ପତ୍ରିକାରେ ଡିସେମ୍ବର ୪ରେ ଏକ ରିପୋର୍ଟ ପ୍ରକାଶ ପାଇଛି ।

ଯେତେବେଳେ ଉଷ୍ମ ତାପମାତ୍ରା ଉଚ୍ଚ ସ୍ଥାନରେ ଥିବା ବରଫ ଉପରେ ପଡେ ସେତେବେଳେ ଏକ ପ୍ରତିକ୍ରିୟା ସୃଷ୍ଟି କରିଥାଏ ଯାହା ପ୍ରବଳ ଥଣ୍ଡା ବାୟୁକୁ ଉପରୁ ତଳକୁ ଠେଲିବାରେ ସାହାଯ୍ୟ କରିଥାଏ । ଅଷ୍ଟ୍ରିଆର ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଅଷ୍ଟ୍ରିଆର ଗ୍ଲାସିଓଲୋଜିର ପ୍ରଫେସର ତଥା ଅଧ୍ୟୟନର ମୁଖ୍ୟ ଲେଖକ ଫ୍ରାନ୍ସସ୍କା ପେଲିକୋଟି କହିଛନ୍ତି, ହିମାଳୟର ଗ୍ଲାସିଅର୍ ଉପରେ ଥିବା ବାୟୁ ଏବଂ ବରଫ ସହିତ ସିଧାସଳଖ ସଂପର୍କରେ ଆସୁଥିବା ଶୀତଳ ବାୟୁ ମଧ୍ୟରେ ଏକ ବୃହତ ତାପମାତ୍ରା ପାର୍ଥକ୍ୟ ସୃଷ୍ଟି କରିଥାଏ। ଏହା ଗ୍ଲାସିୟର ପୃଷ୍ଠରେ ଥିବା ଟର୍ବୁଲେଣ୍ଟ ହିଟ ଏକ୍ସଚେଞ୍ଜ ବା ଅଶାନ୍ତ ଉତ୍ତାପ ବିନିମୟ ବୃଦ୍ଧି କରିଥାଏ । ଯାହା ଭୂପୃଷ୍ଠ ବାୟୁକୁ ଅଧିକ ଥଣ୍ଡା କରିଦିଏ। ଏହିପରି ଭାବରେ ବାୟୁ ଥଣ୍ଡା ଏବଂ ଘନ ହୋଇଯାଏ ଓ ତଳକୁ ଆସିଯାଏ । ପ୍ରାୟ ୧୨ଟି ପ୍ରମୁଖ ନଦୀ ହିମାଳୟର ଗ୍ଲାସିୟରରୁ ଉତ୍ପନ୍ନ ହୋଇ ୧୬ଟି ଦେଶରେ ପ୍ରାୟ ଦୁଇ ବିଲିୟନ ଲୋକଙ୍କୁ ମଧୁର ଜଳ ଯୋଗାଉଛନ୍ତି।

ପ୍ରକାଶ ପାଇଥିବା ଏକ ରିପୋର୍ଟ ମୁତାବକ୨୦୧୦ମସିହାରେ ହିମାଳୟର ଗ୍ଲାସିୟରଗୁଡିକ ୬୫% ଦ୍ରୁତ ଗତିରେ ତରଳି ଯାଇଥିଲା। ବର୍ତ୍ତମାନ ହିମାଳୟ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଫ୍ରାନ୍ସର ଗ୍ରେନୋବଲ୍ ସ୍ଥିତ ଇନଷ୍ଟିଚ୍ୟୁଟ୍ ଡେସ୍ ଜିଓ ସାଇନ୍ସ ଡି ଏନ୍ ପରିବେଶର ଅନୁସନ୍ଧାନ ବୈଜ୍ଞାନିକ ଫନି ବ୍ରୁନ୍ କହିଛନ୍ତି, ଦ୍ରୁତ ଗତିରେ ବରଫର ତରଳିବା ତାପମାତ୍ରା ବୃଦ୍ଧି ହେବାର ମୁଖ୍ୟ କାରଣ ହୋଇଛି । ମାତ୍ର ଏହା ବିଶ୍ୱ ଜଳବାୟୁ ସଙ୍କଟର ପ୍ରଭାବକୁ ମନ୍ଥର କରିବ।

Comments are closed.