Latest Odisha News

ମାଇନସ ୭ ଡିଗ୍ରୀରେ ଶୁଟିଂ କରୁଥିଲେ ହିମାଂଶୀ, ନାକରୁ ରକ୍ତ ବାହରିଲା ତା ପରେ…

ମୁମ୍ବାଇ: ବିଗ ବସ ୧୩ରେ ଅଂଶଗ୍ରହଣ କରିଥିବା ପଞ୍ଜାବୀ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ହିମାଂଶୀ ଖୁରାନାଙ୍କୁ ରୋମାନିଆର ଡାକ୍ତରଖାନାରେ ଭର୍ତି କରାଯାଇଛି । ହିମାଂଶୀ ଫତେ ଦେ ୟାର ବଡେ ନେ ଫିଲ୍ମର ଶୁଟିଂରେ ଅଂଶଗ୍ରହଣ କରିବା ପାଇଁ ରୋମାନିଆ ଯାଇଥିଲେ । ସେ ସାମାନ୍ୟ ଅସୁସ୍ଥ ଥିଲେ ମଧ୍ୟ ଶୁଟିଂ କରିବାକୁ ରାଜି ହୋଇଥିଲେ । କିଛି ସମୟ ପରେ ତାଙ୍କୁ ପ୍ରବଳ ଜ୍ୱର ଆସିଥିଲା ଏବଂ ପରେ ନାକରୁ ରକ୍ତ ବାହାରିଥିଲା । ହିମାଂଶୀଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ କୌଣସି ଅପଡେଟ ଆସିନି । ଶୁଟିଂ ପୂର୍ବରୁ ସେ ଇନଷ୍ଟାଗ୍ରାମରେ ଏକ ଫଟୋ ଛାଡିଲେ ।

BjdElectrycity

ସମ୍ପୂର୍ଣ୍ଣ ଭାବେ ଗରମ ପୋଷାକ ପରିଧାନ କରିଥିବା ହିମାଂଶୀ ଲେଖିଥିଲେ, ପ୍ରବଳ ଥଣ୍ଡା ହେଉଛି । ତେବେ ଶୁଟିଂ ତ କରିବାକୁ ପଡିବ । ସୂଚନାଯୋଗ୍ୟ, ବିଗ ବସରୁ ବିଦା ହେବା ପରେ ସେ କିଛି ଦିନ ଡିପ୍ରେସନକୁ ପଳେଇ ଯାଇଥିଲେ । ଏପରିକି ସେ ପ୍ୟାନିକ ଆଟାକର ଶୀକାର ମଧ୍ୟ ହୋଇଥିଲେ । ପଂଜାବରେ ସେ ଏକ ଲୋକପ୍ରିୟ ଚେହେରା ଅଟନ୍ତି ।

Leave A Reply

Your email address will not be published.