Latest Odisha News

BREAKING NEWS

ଆଇସିୟୁ କ୍ୟାବିନ ନିକଟରେ ଝିଅର ବାହାଘର ଦେଖିବା ପରେ ଆଖି ବୁଜିଲେ ମାଆ

ଗୟା: ଝିଅ ବାହା ହେବ ଆଉ ମାଆ ଦେଖିବନି । ତାହା କେବେ ସମ୍ଭବ ନୁହେଁ । ତେବେ ଗୟାରେ ଜଣେ ମାଆ ତାଙ୍କ ଝିଅ ବାହାଘର ଦେଖିବା ପରେ ଆଖି ବୁଜି ଦେଇଛନ୍ତ । ଏହି ଘଟଣା ସମ୍ପୂର୍ଣ୍ଣ ଅଂଚଳରେ ଚର୍ଚ୍ଚାର କାରଣ ସାଜିଛି । ଲଲନ କୁମାରଙ୍କ ସ୍ତ୍ରୀ ପୁନମ ବର୍ମା ଗୁରୁତର ଅସୁସ୍ଥ ହୋଇ ସ୍ଥାନୀୟ ଡାକ୍ତରଖାନାର ଆଇସିୟୁ ୱାର୍ଡରେ ଚିକିତ୍ସିତ ହେଉଥିଲେ । ସେ ବେଶୀଦିନ ବଂଚିବେ ନାହିଁ ବୋଲି ଡାକ୍ତର ତାଙ୍କ ପରିବାବର୍ଗଙ୍କୁ ଜଣେଇ ଦେଇଥିଲେ । ତେବେ ସେହି ସମୟରେ ଝିଅ ଚାନ୍ଦିନୀଙ୍କ ବିବାହ ସଲେମପୁର ଗ୍ରାମର ସୁମିତ ଗୌରବଙ୍କ ସହ ସ୍ଥିର ହୋଇଥିଲା । ନିର୍ବନ୍ଧ କରି ଏହାକୁ କିଛି ଦିନ ଘୁଂଚାଇ ଦେବା ପାଇଁ ଘର ଲୋକ ଚିନ୍ତା କରୁଥିଲେ । ମାତ୍ର ଝିଅର ବାହାଘର ଦେଖିବା ପାଇଁ ପୁନମ ବିକଳ ହୋଉ ଉଠିଥିଲେ ।

ଶେଷରେ ସମସ୍ତଙ୍କ ପରାମର୍ଶକ୍ରମେ ଆଇସିୟୁ କ୍ୟାବିନ ନିକଟରେ ଏହି ବିବାହର ଆୟୋଜନ କରାଯାଇଥିଲା । ଏହାକୁ ପୁନମ ଦେଖିଥିଲେ । ତାଙ୍କ ଆଖିରୁ ଲୁହ ଝରି ଯାଇଥିଲା । ୨ଘଂଟା ପରେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ଏହି ଘଟଣା ସୋସିଆଲ ମିଡିଆରେ ପ୍ରସାର ହେବା ଏହା ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.