Latest Odisha News

BREAKING NEWS

କଂଗ୍ରେସର ଶ୍ରୀରାମ ମନ୍ଦିର ଶୁଦ୍ଧିକରଣ ବୟାନର କଡା ଜବାବ ଦେଲେ ହିମନ୍ତ ବିଶ୍ୱ ଶର୍ମା

ଗୌହାଟୀ: ଲୋକସଭା ନିର୍ବାଚନ ରଣାଙ୍ଗନରେ ଦିନକୁ ଦିନ ବୟାନବାଜି ତୀବ୍ର ହେବାରେ ଲାଗିଛି । ଆସାମ ମୂଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସର ଶ୍ରୀରାମ ମନ୍ଦିର ଶୁଦ୍ଧିକରଣ ବୟାନ ଦେଇ କଡା ଜବାବ ଦେଇଛନ୍ତି । ସେ କହିଛନ୍ତି ଯିଏ ଯାହା କହୁ । ଭାରତ ସର୍ବଦା ହିନ୍ଦୁ ରାଷ୍ଟ୍ର ହୋଇ ରହିଥିଲା ଓ ଆଗକୁ ରହିବ । କଂଗ୍ରେସ ନେତା ନାନା ପଟୋଲୀ ଏକ ପ୍ରଚାର ସଭାରେ କହିଥିଲେ, ଆମେ ଯଦି କ୍ଷମତାକୁ ଆସିବୁ ତାହାହେଲେ ରାମ ମନ୍ଦିରର ଶୁଦ୍ଧିକରଣ ପ୍ରଥମେ କରିବୁ । ଏହା ଠିକ ଭାବେ ଓ ପ୍ରକୃତୀ ରୀତି ନୀତିରେ କରାଯାଇ ନାହିଁ ।

ଏହାର ଜବାବ ଦେଇ ହିମନ୍ତ କହିଛନ୍ତି ଯେ, ଏ ଭଳି ବୟାନ ମାରାତ୍ମକ । ଶୁଦ୍ଧିକରଣ କଣ ସୋନିଆ ଗାନ୍ଧୀ କରିବେ । ତାଙ୍କର କଣ ଅଧିକାର ଅଛି ? ସେ କେଉଁ ଧର୍ମର ? ଯଦି ସେ ଏହା କରିବେ ତାହାହେଲେ ହିନ୍ଦୁ କଣ ଚୂପ ରହିବେ । ହିନ୍ଦୁ ତାଙ୍କୁ ଏହାର ଆଖ ପାଖ ମଡେଇ ଦେବେନି । ଯିଏ ବି ରାମ ମନ୍ଦିରକୁ ଛୁଇଁବ ସେ ଜେଲ ଯିବ । କାରଣ ଏହା ସୁପ୍ରିମକୋର୍ଟଙ୍କ ଅବମାନନା ହେବ । ଏହା ବ୍ୟତୀତ ସେ କହିଥିଲେ, ଥରେ ପଶ୍ଚିମବଙ୍ଗରେ ବିଜେପି ସରକାର ଆସିଲେ ଅନୁପ୍ରବେଶ ବନ୍ଦ କରି ଦିଆଯିବ ।

Leave A Reply

Your email address will not be published.