Latest Odisha News

BREAKING NEWS

ଆଂଚଳିକ ଅସମାନତାକୁ ଶେଷ କରିବା ପାଇଁ ଦେଶରେ ୫ ରାଜଧାନୀ ସପକ୍ଷରେ ହିମନ୍ତ

ଗୌହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ଦେଶରେ ୫ ରାଜଧାନୀର ପ୍ରସ୍ତାବ ଦେଇଛନ୍ତି । ଏହା ଦ୍ୱାରା ଆଂଚଳିକ ଅସମାନତାକୁ ଶେଷ କରିହେବ ବୋଲି ସେ କହିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଟୁଇଟରରେ ବାକ୍ୟ ବିନିମୟ ହେବା ପରେ ସେ ଏହି କଥା କହିଛନ୍ତି । ଗରିବ ରାଜ୍ୟଗୁଡିକୁ ପରିହାସ କରିବା ବନ୍ଦ ପାଇଁ ଏହି ପଦକ୍ଷେପ ନିଆଯାଇ ପାରିବ । ଭାରତର ୫ ରାଜଧାନୀ ହୋଇପାରିବ କି ବୋଲି ସେ ପ୍ରଶ୍ନ ମଧ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାସ୍ଥ୍ୟ, ଶିକ୍ଷା ଓ ଯୋଗଯୋଗ କ୍ଷେତ୍ରରେ କଣ କରିଛନ୍ତି ତାହା ମଧ୍ୟ ଜଣାପଡିବ । ୨୦୧୪ ପରଠାରୁ ପୁର୍ବୋତର ରାଜ୍ୟଗୁଡିକର କଣ ଉନ୍ନତି ଘଟିଛି ତାହା ଆମେ ଜାଣିଛୁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଆସାମ ମୁଖ୍ୟମନ୍ତ୍ରୀ କହିଥିଲେ ରାଜ୍ୟର ଯେଉଁ ସ୍କୁଲରେ ୧୦ମ ଶ୍ରେଣୀର ସମସ୍ତ ପିଲା ଫେଲ ହେବ ତାକୁ ବନ୍ଦ କରି ଦିଆଯିବ । ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମୁଣ୍ଡ ପୂରାଇ କହିଥିଲେ ଦିଲ୍ଲୀ ମଡେଲ ଆପଣାଇଲେ ସମାଧାନ ହୋଇଯିବ । ହିମନ୍ତ ଏହା ପରେ କହିଥିଲେ ଦିଲ୍ଲୀ ପରି ଛୋଟ ଅଂଚଳକୁ ଆସାମ ସହ ତୁଳନା କରିବା ମୂର୍ଖାମୀ । ସେବେଠାରୁ ଉଭୟଙ୍କ ମଧ୍ୟରେ ଟୁଇଟର ୱାର ଚାଲିଛି ।

Leave A Reply

Your email address will not be published.