Latest Odisha News

ଆଉଁଳି ନଦୀରେ ନବଜାତ ଶିଶୁ କନ୍ୟାର ମୃତଦେହ ଫୋପାଡି ଦେଇଥିଲେ ପରିବାର

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ରାଇପାଳ ଗ୍ରାମ ନିକଟଦେଇ ବହି ଯାଇଥିବା ଆଉଁଳି ନଦୀରୁ  ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାରକୁ ନେଇ ଚର୍ଚା ଜୋର ଧରିଥିଲା । ତେବେ ମୃତ ଶିଶୁ କନ୍ୟାର ଡାକ୍ତରଖାନାରେ ମୃତ୍ୟୁ ହେବା ପରେ ତାକୁ ପରିବାର ଲୋକେ ନଦୀରେ ଫୋପାଡି ଦେଇଥିବା ଜଣାପଡିଛି ।

ଆଉଁଳି ନଦୀରେ ଭାସୁଥିବା ମୃତ ନବଜାତ ଶିଶୁକନ୍ୟାଟି ଆଉଁଳି ଗ୍ରାମର ହୋଇଥିବା ବେଳେ ଶିଶୁକନ୍ୟାର ଆଇ ଖବର ପାଇ ଆଉଁଳି ନଦୀରେ ଭାସୁଥିବା ଶିଶୁକନ୍ୟାକୁ ଉଦ୍ଧାର କରି ସେଠାରୁ ନେଇ ଯାଇଥିଲେ ।

ମୃତ ନବଜାତ ଶିଶୁକନ୍ୟାଟି ଜରପଡା ସ୍ବାସ୍ଥ୍ୟକେନ୍ଦ୍ରରେ ଜନ୍ମ ହୋଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଅନୁଗୋଳ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇ ଦେଇଥିଲେ । ସେଠାରେ ଚିକିତ୍ସିତ ଅବସ୍ଥାରେ ଶିଶୁର ମୃତ୍ୟୁ ହେବା ପରେ ରାତି ପ୍ରାୟ ୧୨ଟା ବେଳେ ଗାଁକୁ ଆଣିଥିଲେ । କିନ୍ତୁ ଗାଁକୁ ଆସିବା ବାଟରେ ଆଉଁଳି ନଦୀ ପଡିବାରୁ ସେଠାରେ ନଦୀକୁ ଫୋପାଡି ଦେଇ ଘରକୁ ଯାଇଥିଲେ । ନଦୀ ପାଣିରେ ଶିଶୁଟି ଭାସିଯିବ ଭାବି ଫୋପାଡି ଦେଇଥିଲୁ କିନ୍ତୁ ନଭାସି କୂଳରେ ଲାଗିଯାଇଥିଲା ବୋଲି ଶିଶୁକନ୍ୟାର ଆଈ କହିଛନ୍ତି । ତାକୁ ଏବେ ନେଇ ପୋତି ଦେବେ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.