Latest Odisha News

ଶେଷ କେମୋ ଥେରାପିରେ ପ୍ରରଣା ସାଜିଛି ମୋ ଆଖିପତା: ହିନା

ମୁମ୍ବାଇ: ଜଣାଶୁଣା ଟିଭି ଅଭିନେତ୍ରୀ ହିନା ଖାନ ଚଳିତ ବର୍ଷ ଜୁନ୍ ମାସରେ ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କର ସମସ୍ତ ପ୍ରଶଂସକଙ୍କୁ ଏକ ଆଶ୍ଚର୍ଯ୍ୟଜନକ ଖବର ଦେଇଥିଲେ ଏବଂ କହିଥିଲେ ଯେ ସେ ସ୍ତନ କର୍କଟ ଗୁରୁତର ରୋଗରେ ପୀଡିତ ଅଛନ୍ତି । ସେ ତାଙ୍କ ଫ୍ୟାନ୍ସଙ୍କୁ ଆଶ୍ୱାସନା ମଧ୍ୟ ଦେଇଥିଲେ ଯେ ସେ ଏହି ରୋଗର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ଏବଂ ଚିକିତ୍ସିତ ହେଉଛନ୍ତି । ଏପରି ସମୟରେ ଅଭିନେତ୍ରୀ ତାଙ୍କ ସ୍ୱାସ୍ଥ୍ୟ ଏବଂ କେମୋଥେରାପି ସେସନ ସମ୍ବନ୍ଧୀୟ ତଥ୍ୟ ସେୟାର କରୁଥିବା ବେଳେ ବର୍ତ୍ତମାନ ହିନା ଏକ ଏପରି ଫୋଟୋ ସେୟାର କରିଛନ୍ତି ଯାହାକୁ ଦେଖି ହିନାଙ୍କ ପ୍ରଶଂସକ ଚିନ୍ତାରେ ପଡିଯାଇଛନ୍ତି l

ସୋସିଆଲ ମିଡିଆରେ ହିନା ତାଙ୍କ ଆଖିର ଦୁଇଟି ଫଟୋ ସେୟାର କରି କହିଛନ୍ତି, ଏବେ କେବଳ ତାଙ୍କ ଆଖିର ଗୋଟିଏ ମାତ୍ର ଆଖିପତା ବାକି ଅଛି l ଆପଣ ଜାଣିବାକୁ ଚାଁହୁଛନ୍ତି କି ଏହି ସମୟରେ ମୋର ପ୍ରେରଣା ଉତ୍ସ କ’ଣ? ଦିନେ ଏହା ମଜବୁତ ଏବଂ ସୁନ୍ଦର ବ୍ରିଗେଡର ଏକ ଅଂଶ ଥିଲା, ଯାହା ମୋ ଆଖିରେ ଶୋଭା ବଢ଼ାଉଥିଲା l ମୋର ଲମ୍ବା ଏବଂ ସୁନ୍ଦର ଆଖିପତା … ସାହସୀ, ଏକାକୀ ଯୋଦ୍ଧା, ମୋର ଶେଷ ଆଖିପତା ଏବେ ମୋ ସହ ଠିଆ ହୋଇ ମୋତେ ଲଢ଼ିବାର ସାହସ ଦେଉଛି l ଏହା ମୋର ଶେଷ କେମୋ ଥେରାପି l ଆଉ ଏଥିରେ ମୋ ଆଖିପତା ହେଉଛି ମୋର ପ୍ରେରଣା l ଆମେ ଦୁହେଁ ମିଶି ଏହି କଠିନ ସମୟକୁ ଦୂର କରିବୁ ବୋଲି କହିଛନ୍ତି ହିନା l ହିନା ଆହୁରି ମଧ୍ୟ ଲେଖିଛନ୍ତି- ‘ମୁଁ ଗତ ଏକ ଦଶନ୍ଧି କିମ୍ବା ତାଠାରୁ ଅଧିକ ସମୟ ହେଲାଣି କେବେବି ନକଲି ଆଖିପତା ଲଗାଇ ନାହିଁ, କିନ୍ତୁ ବର୍ତ୍ତମାନ ମୋତେ ମୋର ଆଗାମୀ ସୁଟ୍ ପାଇଁ ଏହାକୁ ପ୍ରୟୋଗ କରିବାକୁ ପଡିବ l କିଛି ଦୁଃଖ ନାହିଁ, ଖୁବ ଶୀଘ୍ର ଏସବୁ ଠିକ୍ ହେବାକୁ ଯାଉଛି ବୋଲି ଲେଖିଛନ୍ତି ହିନା l

ତେବେ କିଛି ଦିନ ପୂର୍ବରୁ ହିନା ଖାନ ତାଙ୍କର ପ୍ରଥମ କେମୋଥେରାପି ଅଧିବେଶନ ପରେ କେଶ କାଟିଥିଲେ । ସେହି ସମୟରେ ହିନା କେଶ କାଟିବ ସହିତ ନୂଆ ହେୟାର ଷ୍ଟାଇଲ ମଧ୍ୟ ଦେଖାଇଥିଲେ । ଅଭିନେତ୍ରୀଙ୍କ ପାଇଁ ଏହା ଅତ୍ୟନ୍ତ କଷ୍ଟକର ସମୟ ଥିଲା । ନିଜର କଷ୍ଟକୁ ଲୁଚାଇ ହିନା ଖାନ ନିଜର କାର୍ଯ୍ୟ ଜାରି ରଖିଛନ୍ତି ଏବଂ ସୋସିଆଲ ମିଡିଆରେ ଚିକିତ୍ସା ମଧ୍ୟରେ ସେ କରୁଥିବା କାର୍ଯ୍ୟକୁ କ୍ରମାଗତ ଭାବରେ ଦେଖାଉଛନ୍ତି ।

 

Leave A Reply

Your email address will not be published.