Latest Odisha News

BREAKING NEWS

ଅଭିନେତ୍ରୀ ହିନା ଖାନଙ୍କୁ କରୋନା, ସପ୍ତାହେ ତଳେ ଆଖି ବୁଜିଥିଲେ ବାପା

ମୁମ୍ବାଇ: ଅଭିନେତ୍ରୀ ହିନା ଖାନଙ୍କ ପରିବାର ଏବେ କଠିନ ସମୟ ଦେଇ ଗତି କରୁଛି । ସପ୍ତାହେ ଭିତରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଏବେ ହିନା କରୋନା ସଂକ୍ରମିତ ହୋଇଛନ୍ତି । ସୋସିଆଲ୍ ମିଡିଆରେ ଏହି ସୂଚନା ଦେଇଛନ୍ତି ହିନା । ସେ ଲେଖିଛନ୍ତି, ବର୍ତ୍ତମାନ ତାଙ୍କର ଓ ପରିବାର ପାଇଁ କଠିନ ସମୟ ଆସିଛି । ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି । ସମସ୍ତ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ୍ ଟେଷ୍ଟ କରାଇବାକୁ ଅନୁରୋଧ କରିଛନ୍ତି ହିନା । ଗତ ୨୦ ତାରିଖରେ ହିନାଙ୍କ ବାପା ଅସଲାମ୍ ଖାନଙ୍କ ଦେହାନ୍ତ ହୋଇଥିଲା । ହୃତଘାତରେ ତାଙ୍କର ମୃତ୍ୟୁ ହୋଇଥିଲା ।

 

View this post on Instagram

 

A post shared by HK (@realhinakhan)

Leave A Reply

Your email address will not be published.