Latest Odisha News

ବରିଷ୍ଠ ନେତାଙ୍କୁ ଗଳା କାଟି ହତ୍ୟା; ଫେରାର୍‌ ଗ୍ୟାଙ୍ଗକୁ ଖୋଜୁଛି ପୁଲିସ୍

ଚେନ୍ନାଇ: ତାମିଲନାଡୁ ରାଜନୈତିକ ଦଳ ହିନ୍ଦୁ ମକ୍କାଲ କାଚିର ବରିଷ୍ଠ ନେତାଙ୍କୁ ଗଳାକାଟି ହତ୍ୟା। ମଙ୍ଗଳବାର ବିଳମ୍ବିତ ରାତିରେ ମଦୁରାଇ ଠାରେ ଦୁର୍ବୃତ୍ତଙ୍କ ଏକ ଗ୍ୟାଙ୍ଗ୍ ହିନ୍ଦୁ ମକ୍କାଲ କାଚିର ଦକ୍ଷିଣ ଜିଲ୍ଲା ଡେପୁଟି ହେଡ୍‌ ମଣିକନ୍ଦନଙ୍କ ଗଳା କାଟି ହତ୍ୟା କରିଛନ୍ତି। ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ମଣିକନ୍ଦନ ରାସ୍ତାରେ ଯାଉଥିବା ବେଳେ ଏକ ଗ୍ରୁପ୍ ଆସି ତାଙ୍କୁ ଅଟକାଇଥିଲେ। ଏହାପରେ ତାଙ୍କୁ ମରାଧରା କରିବା ସହ ତାଙ୍କ ଗଳା କାଟି ହତ୍ୟା କରିବା ପରେ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟା ଘଟମାରେ ମାମଲା ଦାୟର କରିବା ସହ ତଦନ୍ତର ଆରମ୍ଭ କରିଛି।

ଖୋଜା ଖୋଜି ଜାରି ରହିଥିବା ବେଳେ ଏପର୍ଯ୍ୟନ୍ତ ଅପରାଧିମାନଙ୍କ ପରିଚୟ ମିଳିପାରି ନାହିଁ। ୨୦୨୨ରେ କର୍ଣ୍ଣାଟକର ଦକ୍ଷିଣ କନଡ଼ ଜିଲ୍ଲାରେ ମଧ୍ୟ ଠିକ୍ ଏହିଭଳି ଜଣେ ରାଜନେତାଙ୍କୁ ହତ୍ୟା କରାଯାଇଥିଲା।  ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚାର ଜିଲ୍ଲା ସଚିବ ପ୍ରବୀଣ ନିଟ୍ଟାରୁଙ୍କୁ ହତ୍ୟା କରାଯାଇଥିଲା। ପ୍ରବୀଣ ନିଜ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ରାତିରେ ଦୁର୍ବୃତ୍ତମାନେ ତାଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.