Latest Odisha News

ହାତୀ ଆକ୍ରମଣରେ ଚାଲିଗଲା ଜୀବନ

ଅନୁଗୁଳ: ଥମୁନି ହାତୀଙ୍କ ଉତ୍ପାତ । ଅନୁଗୁଳ ବ୍ଲକ ବସଲା ଗାଁରେ ଜଣେ ବୃଦ୍ଧ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ମୃତ ବୃଦ୍ଧ ଜଣକ ହେଲେ ସିଧେଶ୍ୱର ସେଠୀ ।

ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ପୂର୍ବାହ୍ନରେ ସିଦ୍ଧେଶ୍ୱର ବଉଳି ନାଳ ନିକଟକୁ କାଠ ଆଣିବାକୁ ଯାଇଥିଲେ ହେଲେ ଆଉ ଘରକୁ ଫେରି ନଥିଲେ ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କୁ ପାଇ ନଥିଲେ । ଆଜି ସକାଳୁ ଏକ ବୁଦା ମଧ୍ୟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ହାତୀ ସିଦ୍ଧେଶ୍ୱରଙ୍କୁ ଅତି ବିଭତ୍ସ ଭାବେ ଆକ୍ରମଣ କରିଛି ।

ଗତକାଲିଠାରୁ ବସଲା ଗାଁରେ ହାତୀପଲ ରହିଥିବାରୁ ଭୟରେ ଦିନ କାଟୁଛନ୍ତି ଗ୍ରାମବାସୀ  । ସିଦ୍ଧେଶ୍ୱରଙ୍କ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଘଟଣାସ୍ଥଳରେ ପୁଲିସ କି ବନ ବିଭାଗ ପହଞ୍ଚି ନାହାନ୍ତି ।

Leave A Reply

Your email address will not be published.