ଲାହୋର: ପାକିସ୍ତାନର ନନକାନା ସାହିବ ଠାରେ ଜଣେ ହିନ୍ଦୁ ତୀର୍ଥଯାତ୍ରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । କୁହାଯାଉଛି ଯେ ବ୍ୟକ୍ତି ଜଣକ ଗୁରୁ ନାନକ ଦେବଙ୍କ ୫୫୫ ତମ ପ୍ରକାଶ ପର୍ବ ଉତ୍ସବରେ ଭାଗ ନେବାକୁ ଯାଉଥିଲେ । ଏହି ସମୟରେ କିଛି ଦୁର୍ବୁତ୍ତ ହିନ୍ଦୁ ତୀର୍ଥଯାତ୍ରୀଙ୍କୁ ଦୁର୍ବୁତ୍ତମାନେ ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣା ପରେ ମୃତକଙ୍କ ସମ୍ପର୍କୀୟଙ୍କ ଅଭିଯୋଗରେ ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
କୁହାଯାଉଛି ଯେ, ଅଭିଯୁକ୍ତ ମାନେ ପ୍ରଥମେ ତୀର୍ଥଯାତ୍ରୀଙ୍କ ଠାରୁ ଟଙ୍କା ଛଡ଼ାଇ ନେଇଥିଲେ । ଯେତେବେଳେ ସେ ବିରୋଧ କରିଥିଲେ ସେମାନେ ଉକ୍ତ ବ୍ୟକ୍ତିଙ୍କୁ ଗୁଳି କରିଥିଲେ, ଏଥିରେ ତାଙ୍କର ମୃତ୍ୟୁ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ମୃତ ବ୍ୟକ୍ତି ସିନ୍ଧ ପ୍ରଦେଶର ଲରକାନା ସହରର ମୂଳ ବାସିନ୍ଦା, ତାଙ୍କର ନାମ ରାଜେଶ କୁମାର ବୋଲି ଜଣାପଡିଛି । ରାଜେଶ କୁମାର ନିଜ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହ କାରରେ ଲାହୋରରୁ ନନକାନା ସାହିବ ଯାଉଥିଲେ । ଏହି ସମୟରେ, ତିନି ଜଣ ଡକାୟତ ଲାହୋର ଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଥିବା ମାନାୱାଲା-ନନକାନା ସାହିବ ରାସ୍ତାରେ ଅଟକାଇ ଥିଲେ ।
ପୋଲିସ ଏହି ଘଟଣା ସମ୍ପର୍କରେ ସୂଚନା ଦେଇ କହିଛି ଯେ, ବନ୍ଧୁକଧାରୀ ୪ ରୁ ସାଢେ ଚାରି ଲକ୍ଷ ଟଙ୍କା ଏବଂ ଡ୍ରାଇଭରଙ୍କ ଠାରୁ ୧୦ ହଜାର ଟଙ୍କା ଛଡ଼ାଇ ନେଇଛନ୍ତି । ରାଜେଶ କୁମାର ଏହାକୁ ବିରୋଧ କରିବା ପରେ ଡକାୟତମାନେ ତାଙ୍କ ଉପରକୁ ଗୁଳି ଚଳାଇ ପଳାଇ ଯାଇଥିଲେ । ଏହାପରେ ରାଜେଶ କୁମାରଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।